ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ସଚେତନତା ସମାରୋହ ପାଳିତ
ନୂଆପଡା (୨୮/୧୧) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆପଡା ଠାରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ସଚେତନତା ସମାରୋହ ପାଳିତ ହୋଇଥିଲା l ସର୍ବପ୍ରଥମେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗୁରୁ ପ୍ରସାଦ ଜେନା ସବୁଜ ପତାକା ଦେଖାଇ ନୂଆପଡା ଜିଲ୍ଲାର ବିଭିନ୍ନ ନର୍ସିଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ l ଏହି ଶୋଭାଯାତ୍ରାର ନେତୃତ୍ୱ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ନେଇଥିଲେ l ଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଏକତା ଛକ ମଧ୍ୟ ଦେଇ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ, ଷ୍ଟେଟ ବ୍ୟାଙ୍କ ଛକ, ଜିଲ୍ଲା ଦୌରା ଜଜ କାର୍ଯ୍ୟାଳୟ ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପହଞ୍ଚିଥିଲା l ଏହି ଅବସରରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପୁରୁଷ ବନ୍ଧ୍ୟାକରଣ ଉପରେ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥିଲା l ଏଥିରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗୁରୁ ପ୍ରସାଦ ଜେନା ଅଧ୍ୟକ୍ଷତା କରିଥିଲେ l ବିଭିନ୍ନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଲଳିତ ମୋହନ ବିଶି, ଜିଲ୍ଲା ପ୍ରକଳ୍ପ ପରିଚାଳକ ଦିଲ୍ଲୀପ କୁମାର ଦୁବେ, ଜିଲ୍ଳା ମହାମାରୀ ବିଶେଷଜ୍ଞ ଡାକ୍ତର ଜଗତବନ୍ଧୁ ମହାପାତ୍ର, ପରିବାର କଲ୍ୟାଣ ପରିସଂଖ୍ୟନ ନିରୀକ୍ଷକ ମୀନ କେତନ ମାଝୀ, ଅଣ ସଂକ୍ରମକ ରୋଗ ସହାୟକ ଶରତ ବେଜ ଓ ନସିଂ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ, ଛାତ୍ରଛାତ୍ରୀ ଏବଂ ଚିକିତ୍ସାଳୟର ବିଭିନ୍ନ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ l ପୁରୁଷ ମାନଙ୍କ ପାଇଁ ଏନ. ଏସ. ଭି ଏକ ସହଜ, ସଫଳ ଓ ସୁରକ୍ଷିତ ଜନ୍ମ ନିରୋଧ ଉପାୟ, ଏଥିପାଇଁ ବେଶି କଟାକଟି ବା ସିଲେଇର ଆବଶ୍ୟକତା ନାହିଁ, ଏହାର କୌଣସି ଜଟିଳ ପାର୍ଶ୍ଵ ପ୍ରତିକ୍ରିୟା ନାହିଁ, ଏହା ଦ୍ୱାରା ପୁରୁଷତ୍ୱ ଓ ଯୌନ ସୁଖ ହ୍ରାସ ହୁଏ ନାହିଁ, ସେବା ଗ୍ରହଣକାରୀଙ୍କ ପାଇଁ ଦୁଇ ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ସୁବିଧା ମଧ୍ୟ ରହିଛି, ଏହି ସବୁ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l
ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0