ନିର୍ମମ ଓ ଅମାନୁଷିକ ଭାବେ ହତ୍ୟା କରିଥିବା ବିଭୂତିଙ୍କୁ ନ୍ୟାୟ ଦାବୀ କରି କେଣ୍ଡେଲ ରାଲି କରାଯାଇଥିଲା।

Feb 24, 2025 - 14:18
 0  7
1 / 1

1.

ନିର୍ମମ ଓ ଅମାନୁଷିକ ଭାବେ ହତ୍ୟା କରିଥିବା ବିଭୂତିଙ୍କୁ ନ୍ୟାୟ ଦାବୀ କରି କେଣ୍ଡେଲ ରାଲି କରାଯାଇଥିଲା। 

ଗତ 14ତାରିଖ ଦିନ ପାଇକକୁପଖାଲ ଗ୍ରାମର ବିଭୁତି କିଶୋରୀ ବାଗ ଙ୍କୁ ତାଙ୍କ ସ୍ଵାମୀ ବେକ ଚିପି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା କୁ ନେଇ ଆଜି ରାତ୍ର 07ଘଣ୍ଟା ସମୟରେ ଏକ ବିଶାଳ କେଣ୍ଡେଲ ରାଲି କପିଳାସ ଛକ ରୁ ବାହାରି ରାସ୍ତା ତମାମ ବିଭିନ୍ନ ପ୍ରକାରର ନାରାବାଜି ଦେଇ ରାୟଗଡା ରେଳବାଇ ଷ୍ଟେସନ ନିକଟରେ ଶେଷ କରିଥିଲେ। ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକୋ କୁପାଖାଲ ଗ୍ରାମର ମୃତ ବିବାହିତ ମହିଳା ର ଭାଇ କହିବା ଅନୁଯାୟୀ, ଆଠ ମାସ ପୂର୍ବରୁ ବାପା ମାଆ ଓ ପରିବାର ବର୍ଗର ଅନିଇଛା ସତ୍ୱେ ବିଭୂତି କିଶୋରୀ ବାଗ ଙ୍କୁ ପ୍ରେମିକ ରାକେଶ ନାୟକ ଙ୍କ ସହ ବିବାହ କରାଯାଇଥିଲା। ରାକେଶ ନାୟକ ଓ ବିଭୂତି ବିବାହ କରି ରାୟଗଡା ସହରର ସାଇ ପ୍ରୀୟା ନଗରରେ ଦୁହେଁ ମିଶି ଭଡ଼ା ଘରେ ରହୁଥିଲେ। ସ୍ବାମୀ ରାକେଶ ନିର୍ମମ ଓ ଅମାନୁଷିକ ଭାବେ ସ୍ତ୍ରୀର ବେକ ଚିପି ହତ୍ୟା କରି ଦୁଇ ଭାଇ ଚନ୍ଦୁ ନାୟକ ଓ ସୁଣ୍ଡି ଦେବାଲ ନାୟକ ଙ୍କ ସହ ମିଶି ଗୋଟିଏ ସ୍କୁଟି ରେ ଶବକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିବା ପାଇଁ ଚେଷ୍ଟା କରିଥିଲେ। ଚିକିସ୍ତାଳୟ ରେ ଉପସ୍ଥିତ ଡାକ୍ତର ମାନେ ଭର୍ତ୍ତି କରିବା ପାଇଁ ମନା କରିଦେବାରୁ ଚିକିତ୍ସାଳୟ ରେ ଶବକୁ ଫୋପାଡି ଦେଇ ପ୍ରେମିକା ରକେଶ ନାୟକ ରାୟଗଡା ଥାନାରେ ଆତ୍ମ ସମର୍ପଣ କରିଛି। ମୃତ ମହିଳାର ଭାଇ କହିବା ଅନୁଯାୟୀ ରାକେଶ ନାୟକ ର ବଡଭାଇର ଆଠ ବର୍ଷର ଝିଅ ଅନିଶା ନାୟକ ଦାଦା ଖୁଡ଼ିକୁ ମାରିଦେଲା ବୋଲି କହୁଥିଲା। କେଉଁ କାରଣରୁ ପ୍ରେମିକ ରାକେଶ ନାୟକ ରାକ୍ଷସ ପାଲଟି ତାଙ୍କ ସ୍ତ୍ରୀ ଙ୍କୁ ହତ୍ୟା କଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ରାକେଶ ନାୟକ ର ଦୁଇ ଭାଇ ଚନ୍ଦୁ ନାୟକ ଓ ସୁଣ୍ଡି ଦେବାଲ ନାୟକଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରି ନାହାନ୍ତି। ତାଙ୍କ ଭଉଣୀ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ପାଠ ପଢୁଥିଲା। ତାଙ୍କ ଭଉଣୀ ହତ୍ୟାରା ସଂପୃକ୍ତ ଥିବା ରାକେଶର ଭାଇ ମାନଙ୍କୁ ଗିରଫ ଓ ବିଭୁତି ଙ୍କୁ ନ୍ୟାୟ ଦାବୀ କରି କେଣ୍ଡଲ ରାଲି କରାଯାଇଥିଲା। 

ରାୟଗଡା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ