।। ନିରଂଜନାର ସ୍ୱନକ୍ଷତ୍ର ଦିବସ ।।

Nov 3, 2024 - 07:46
 0  16
।। ନିରଂଜନାର ସ୍ୱନକ୍ଷତ୍ର ଦିବସ ।।

ବରୀ,: ବିଶିଷ୍ଟ ପରିବେଶବିତ୍‌, ଆଦର୍ଶ ଶିକ୍ଷକ, ସଂଗଠକ ତଥା ସାହିତ୍ୟିକ ନିରଂଜନ ମହାପାତ୍ରଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧଉତ୍ସବ ଓ ‘ନିରଂଜନା’ ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ କବି ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜିତେନ୍ଦ୍ର କୁମାର ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାସ ଯୋଗଦେଇ ସ୍ୱର୍ଗତ ମହାପାତ୍ରଙ୍କ ଆଦର୍ଶ ଶିକ୍ଷକତା ଜୀବନ, ପରିବେଶ ସୁରକ୍ଷା ପ୍ରତି ଥିବା ଭଲପାଇବା ସାଙ୍ଗଠନିକ ଦକ୍ଷତା ଏବଂ ସାରସ୍ୱତ ସାଧନା ତାଙ୍କୁ ସ୍ମରଣୀୟ କରି ରଖିଛି ବୋଲି କହିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ନିରଂଜନା’ ସ୍ମରଣିକାର ସ୍ୱତନ୍ତ୍ର ସଂଖ୍ୟା ଅନାବରଣ କରାଯାଇଥିଲା । କାର୍ଯ୍ୟକ୍ରମର ଆୟୋଜକ ତଥା ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ଏହାକୁ କିପରି ଆଗକୁ ନିଆଯାଇପାରିବ ସେ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ମଣ୍ଡଳ ସହ ଶିକ୍ଷାଧିକାରୀ କପିଳ ଚରଣ ସାମଲ , ଶିକ୍ଷକ ନେତା ଗଗନ ବିହାରୀ ଜେନା, ପ୍ରଧାନ ଶିକ୍ଷକ କର୍ଣ୍ଣ ଚନ୍ଦ୍ର ଘଡାଇ ପ୍ରଧାନ ଶିକ୍ଷକ ବଳରାମ ପଣ୍ଡା, ପ୍ୟାରୀ ମୋହନ ଏକାଡେମୀ କଟକର ପ୍ରାକ୍ତନ ପ୍ରଧାନ ଶିକ୍ଷକ ମକର ଚରଣ ଘଡାଇ, ଅବସରପ୍ରାପ୍ତ ଶିକ୍ଷକ ନଟବର ଜେନା, ଗାୟକ ଗୁନଚରଣ ନାୟକ ବରିଷ୍ଠ ସାମ୍ବାଦିକ ଚୈତନ୍ୟ ଚରଣ ଜେନା, ଶିକ୍ଷକ ହରିଶ୍ଚନ୍ଦ୍ର ଦାସ, ଶିକ୍ଷକ ଅନନ୍ତ କିଶୋର ମଲ୍ଲିକ, ନିରଂଜନ ସାହୁ, ରବିନ୍ଦ୍ରନାଥ ମିଶ୍ର, ସୁକାନ୍ତ କୁମାର ଜେନା, ଦେବ୍ ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ମକର ଚରଣ ଘଡାଇ ବିଦଗ୍ଧ ଛାନ୍ଦ ଗାନ କରିଥିଲେ। ତେବେ ଅନୁଷ୍ଠାନ ତରଫରୁ ଡ. ଅଜୟ କୁମାର ଜେନା, ସନ୍ତୋଷ କୁମାର ରାଉତ ହରିଦ୍ୱାର ଠାରେ ପ୍ରଭାତ ସମୟରେ ସ୍ୱର୍ଗତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିବା ସହ ଦରିଦ୍ର ଭୋଜନ ପ୍ରଦାନ କରିଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ