।। ନିଜର ଜାଗା ଦାଵି କରି ଚନ୍ଦ୍ରପୁରୁ ଵ୍ଲକ ଗେଟରେ ତାଲା ପକାଇ ତାଣ୍ଡବ ସୃଷ୍ଟି କଲେ ଦୋରା ଫ୍ୟାମିଲି ।।

Sep 23, 2024 - 23:32
 0  12
।। ନିଜର ଜାଗା ଦାଵି କରି ଚନ୍ଦ୍ରପୁରୁ ଵ୍ଲକ ଗେଟରେ ତାଲା ପକାଇ ତାଣ୍ଡବ ସୃଷ୍ଟି କଲେ ଦୋରା ଫ୍ୟାମିଲି ।।

ଚନ୍ଦ୍ରପୁରୁ/ମୁନିଗୁଡା-23.9.024 ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଦୋରା ଫ୍ୟାମିଲଙ୍କ ଯାଗାରେ ହୋଇଥିବା ଦାବିକରି ଆଜି ଏହି ପରିବାରର ବିପିନି ଦୋରା,ଅଭିମନ୍ବ୍ୟୁ ଦୋରା,ଗାୟତ୍ରୀ ଦୋରା ଓ ରୁନା ଦୋରା ପ୍ରମୁଖ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗେଟରେ ତାଲା ପକାଇ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଭିତରକୁ ଛାଡିନଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।ଫଳରେ ବିଭିନ୍ନ କାର୍ଯ୍ୟ ପାଇଁ ଦୂରଦୁରାନ୍ତରୁ ଆସିଥିବା ବୁଢା ବୁଢିମାନେ ବ୍ଲକ ଭିତରକୁ ଯାଇନ ପାରି ନାହିଁନଥିବା ହ଼ଇରାଣ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଛି।ମିଳିଥିବା ସୁଚନା ଅନୁଯାଇ ଚନ୍ଦ୍ରପୁରୁ ଵ୍ଲକ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଦୀର୍ଘଵର୍ଷ ପୂର୍ବେ ସ୍ଥାନୀୟ ସୋମନାଥ ଦୋରା ଏଵଂ ତାଙ୍କ ପିତା ବ୍ଲକ କାର୍ଯ୍ୟାଳୟକୁ ଜାଗା ଦାନ କରିଥିଲେ।ସେହି ଯାଗାରେ ବ୍ଲକ କାର୍ଯ୍ୟାଳୟ ଦୀର୍ଘ ଵର୍ଷ ହେଵ ଚାଲି ଆସୁଛି।କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଆପତ୍ତି ଅଭିଯୋଗ ଯଥାର୍ଥ ଭାଵେ ହୋଇ ନାହିଁ।ଏହି କିଛି ବର୍ଷ ହେଵ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କ୍ଲଷ୍ଟର ହାଉସ ମଧ୍ୟ ନିର୍ମାଣ ହୋଇଥିଲା,ଯାହାକି ସରକାରୀ ଚାକିରୀଆ ଭଡାସୂତ୍ରରେ ରହି ଜନତାଙ୍କ ସେଵା କରିପାରିଵେ।କିନ୍ତୁ ସେହି କ୍ଲଷ୍ଟର ହାଉସକୁ କେତେଵର୍ଷ ହେବ ଏହି ଦୋରା ପରିବାର ସଦସ୍ୟ ନିଜର ଯାଗାରେ କ୍ଲଷ୍ଟର ହାଉସ ହୋଇଥିବା ଦାଵୀକରି ସରକାର ଵଦଳରେ ଏହି ପରିବାର ନିଜେ ଭଡା ଆଦାୟ କରି ନେଉଥିଲେ।ଏହାର କିଛି ସମାଧାନ ହୋଇନଥିବାରୁ ଆଜି ବ୍ଲକ କାର୍ଯ୍ୟାଳୟ ସେମାନଙ୍କ ଯାଗାରେ ହୋଇଥିବା ଦାଵିକରି କହିଛନ୍ତି,ଯେ ଆମର ପିତୃପୁରୁଷ ୧୧ ଏକର ଜମିରୁ ବ୍ଲକ କାର୍ଯ୍ୟାଳୟ ପାଇଁ ମାତ୍ର୫ ଏକର ଜମି ଦାନ କରିଥିଲେ।ବଳକା ୬ ଏକର ଜମି ଆମକୁ ଫେରାଇ ଦେବାକୁ ଦାଵୀରେ ବ୍ଲକ ଗେଟରେ ତାଲା ପକାଇ ଧାରଣାରେ ଵସିଥିଲେ।ଅଫିସ ସମୟ ହୋଇଥିବାରୁ ତାଲା ଖୋଲିବାକୁ ଵିଡିଓ ଶ୍ରୀ ଅକ୍ଷୟ କୁମା ମଲ୍ଲିକ ଓ ଆଇଆଇସି ଶ୍ରୀ ଧରଣୀଧର ପ୍ରଧାନ ଯେତେ ଵୁଝାଇ ଥିଲେ ମଧ୍ୟ ଧାରଣା କାରୀ ଗେଟରୁ ତାଲା ଖୋଲି ନଥିଲେ।ଶେଷରେ ତହସିଲଦାରଶ୍ରୀ ଆଶୀଷ କୁମାର ପ୍ରଧାନ ବୁଝା ସୁଝା କରିବା ପରେ ସେମାନଙ୍କୁ ତାଙ୍କର ଏହି ଜାଗା ସମ୍ପର୍କୀତ କାଗଜାତ ଆଣିବାକୁ ନିର୍ଦ୍ଦେଶ ଦେଵା ପରେ ଗେଟ ତାଲା ଖୋଲାଯାଇଥିଲା।କାଗଜାତ ତଦନ୍ତ ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ଵୋଲି ତହସିଲଦାର ମତ ଵ୍ୟକ୍ତ କରିଥିଲେ।ସୂଚନା ଥାଉକି ଏହି ଦୋରା ପରିବାର ଜଣେ ସଦସ୍ୟ ଚାକିରୀ କରିଥିଲେ ମଧ୍ୟ ଚନ୍ଦ୍ରପୁରୁ ପ୍ରବେଶ ପଥ ମୁଖ୍ୟ ରାସ୍ତାକୁ ଲାଗି ଡାହାଣ ପଟରେ ସରକାରୀ ଜାଗାରେ ହୋଇଥିବା ବିଲ୍ଡିଙ୍ଗ ମଧ୍ୟରୁ ଜଣେ ଵେପାରୀଙ୍କୁ ପନ୍ଦର ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଚର୍ଚ୍ଚା ଚାଲୁଥିବା ଵେଳେ ବିଭାଗୀୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ନାହିଂ।ଏଵେ ବ୍ଲକକୁ ଦାନ ଦେଇଥିବା ଜାଗାକୁ ନିଜର ବୋଲି ଦାବି କରିବା ସମିଚିନ ନୁହେଁ ଵୋଲି ସାଧାରଣରେ ମତପ୍ରକାଶ ପାଇଛି।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ