।। ନାଗରିକ ବିକାଶ ସଙ୍ଗଠନ ଦ୍ୱାରା ସ୍ୱତନ୍ତ୍ର ମହିଳା ଗ୍ରାମସଭା ଅନୁଷ୍ଠିତ ।।

Jun 26, 2024 - 18:16
Jun 26, 2024 - 19:03
 0  53
।। ନାଗରିକ ବିକାଶ ସଙ୍ଗଠନ ଦ୍ୱାରା ସ୍ୱତନ୍ତ୍ର ମହିଳା ଗ୍ରାମସଭା ଅନୁଷ୍ଠିତ ।।

ସମଗ୍ର ରାଜ୍ୟରେ ବିଭିନ୍ନ ବେସରକାରୀ ସଂଗଠନ ଗୁଡିକ ସରକାରଙ୍କ ଜନହିତକାରୀ ଯୋଜନା ଉପରେ କାର୍ଯ୍ୟକ୍ଷମ କରିବାକୁ ତୃଣମୂଳ ସ୍ତରରୁ କାର୍ଯ୍ୟ କରୁଥିବା ବେଳେ ଆଜି କଳାହାଣ୍ଡି ନାଗରିକ ବିକାଶ ସଙ୍ଗଠନ ମଧ୍ୟ କୌଣସି କ୍ଷେତ୍ରରେ ବାଦ ପଡୁନଥିବା ଦେଖିବାକୁ ମିଳୁଛି। ତେଣୁ ଆଜି ସରକାରଙ୍କ ପଲ୍ଲିସଭା, ଗ୍ରାମସଭାର ବିଲୋପ ହେବାଦେଖି ସଂଗଠନ ଗ୍ରାମବାସୀ,ଅଙ୍ଗନବାଡ଼ି, ମିଶନଶକ୍ତି, ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ ନେଇ ଅଁଳାଭଟା ଗ୍ରାମ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ମହିଳା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।ସଭାରେ ଲୋକେ ପଞ୍ଚାୟତର କୋଣ ଅନୁକୋଣରୁ ଆସି ନିଜ ନିଜ ଗ୍ରାମର ସମସ୍ୟା ଉପରେ ସଂଗଠନର କର୍ମକର୍ତ୍ତାଙ୍କ ପାଖରେ ଆପତ୍ତି ଅଭିଯୋଗ କରିଥିଲେ ।କିନ୍ତୁ ସଂଗଠନ ବେସରକାରୀ ଭାବେ କାର୍ଯ୍ୟରତ ଥିବାରୁ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ପରୋକ୍ଷରେ କାର୍ଯ୍ୟ ସମ୍ପାଦନ କରୁଅଛି ।ଯଦ୍ୱାରା ଲୋକଙ୍କ କେତେକ ସମସ୍ୟା କାର୍ଯ୍ୟକାରୀ ହୋଇ ଅନେକ ସମସ୍ୟା ପଛରେ ପଡି ରହୁଥିବା ଶୁଣିବାକୁ ମିଳିଛି । ସେଥିସକାଶ ବିଗତ ଦିନରେ ସଂଗଠନର କାର୍ଯ୍ୟକ୍ରମକୁ ପ୍ରଶାସନ କ୍ଷେତ୍ରରେ ଖୁବଶୀଘ୍ର ତ୍ୱରାନ୍ୱିତ ହେବ ବୋଲି ସଂଗଠନ ଦାବି କରିଛନ୍ତି । ଅନୁଷ୍ଠିତ ଗ୍ରାମସଭାରେ ସଂଗଠନ କର୍ମକର୍ତ୍ତା ବ୍ଲକ ସଭାନେତ୍ରୀ ଶ୍ରୀମତୀ ଟୋବା ପାଳ,ଜନସାଥୀ ଶ୍ରୀଯୁକ୍ତ ପର୍ଶୁରାମ ଠାକୁର, ନବୀନ କୁମାର ସୁନାନୀ,ସ୍ବେଚ୍ଛାସେବୀ ଶ୍ରୀଯୁକ୍ତ ଚୁଡାମଣି ନାଏକ, ମୋତିରାମ ରାଉତ, ଜଗଦୀଶ ଚନ୍ଦ୍ର ମାଝୀ, ପ୍ରତାପ ନାଏକ ଉପସ୍ଥିତ ଥିବାବେଳେ ଅଁଳାଭଟା ସରପଞ୍ଚ ଶ୍ରୀମତୀ ଭଗବତୀ ନାଏକ, ଯୋଗାଣ ସହାୟକ, ମିଶନ ଶକ୍ତି ବିଭାଗ ,ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ, ଆଶାକର୍ମୀ ଉପସ୍ଥିତ ଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ