।। ନାଗରିକ ଏକତା ମଞ୍ଚ କୋଟିଆ ରେ ପାଳିଲେ ଉତ୍କଳ ଦିବସ ।।

Apr 1, 2024 - 18:03
 0  28
।। ନାଗରିକ ଏକତା  ମଞ୍ଚ କୋଟିଆ ରେ ପାଳିଲେ ଉତ୍କଳ ଦିବସ ।।

କୋରାପୁଟ,୧/୩(ଫାଷ୍ଟ ନ୍ୟୁଜ ଓଡ଼ିଶା) ଆଜି ଉତ୍କଳ ଦିବସ ତଥା କୋରାପୁଟ ଦିବସ କୋଟିଆରେ କୋରାପୁଟ ଜିଲ୍ଲା ନାଗରିକ ଏକତା ମଞ୍ଚ ତରଫ ରୁ ପାଳନ କରାଯାଇଛି। ଆଜି ଓଡିଶା ସହ କୋରାପୁଟ ଜିଲ୍ଲାର ଜନ୍ମଦିନ ସମସ୍ତ କୋରାପୁଟ ବାସୀଙ୍କୁ ଜ୍ଵନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ଜିଲ୍ଲା ନାଗରିକ ଏକତା ମଞ୍ଚ । ଆଜି ଏହି ମଞ୍ଚ ର କର୍ମକର୍ତ୍ତା ମାନେ ସକାଳୁ କୋଟିଆ ଅଞ୍ଚଳ ରୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସେମାନେ କୋଟିଆ ଓ ମାଡକାର,ଜାନିଗୁଡା ଗ୍ରାମରେ ପହଂଚି ଲୋକଙ୍କୁ ଉତ୍କଳ ଦିବସ ର ତାପର୍ଯ୍ୟ ବୁଝାଇବା ସହ ଚକୋଲେଟ ବଣ୍ଟନ କରିଥିଲେ। ଏହି ଦିବସ କୋଟିଆ ରେ ପାଳନ କରିବା ର ହେଉଛି କୋଟିଆ ଓଡିଶା ତଥା କୋରାପୁଟ ଜିଲ୍ଲାର ଅବିଛେଦ୍ୟ ଅଙ୍ଗ ବୋଲି ସନ୍ଦେଶ ଦେବା ବୋଲି କୋରାପୁଟ ନାଗରିକ ଏକତା ମଞ୍ଚ ର ସଭାପତି ମନୋଜ ଆଚାର୍ଯ୍ୟ କହିଥିବା ବେଳେ, ଓଡ଼ିଶାରେ ଓଡ଼ିଆ ମାଟିରେ ଉତ୍କଳ ଦିବସ ପ୍ରତିବର୍ଷ ଏପରି କୋଟିଆ ଗ୍ରାମ ମାନଙ୍କ ରେ କରାଯିବ ବୋଲି ଏହାର ସାଧାରଣ ସମ୍ପାଦକ ଦିଲୀପ ମହାନ୍ତି କହିଛନ୍ତି। ଆଜିର ଏହି ଉତ୍କଳ ଦିବସ ଓ କୋରାପୁଟ ଦିବସ କୋଟିଆ ରେ ପାଳନ ବେଳେ ଉପସଭାପତି ସନ୍ତୋଷ ପଲାଇ ଓ ସହସଂପାଦକ ପ୍ରମୋଦ ସେଠି, ସଭ୍ୟ ଭାସ୍କର ଖରା ଓ ସିଙ୍ଗୁର ଗେମେଲ, ଡମ୍ବରୁ ଗେମେଲ, ଅଶୋକ ଗେମେଲ, ଭିଂଗୁ ଗେମେଲ ଲିଙ୍ଗ ତାଡିଙ୍ଗି, ଜିରୋ ଗେମେଲ ପ୍ରମୁଖ ଙ୍କ ସହ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ୧୯୩୬ ମସିହାରେ ଓଡ଼ିଶାରେ ଗଠିତ ହୋଇଥିବା ଛଅ ଟି ଜିଲ୍ଲା ମଧ୍ୟରୁ କୋରାପୁଟ ଅନ୍ୟତମ । ଅନ୍ୟ ଜିଲ୍ଲା ଗୁଡିକ ହେଲା କଟକ , ବାଲେଶ୍ଵର , ଗଞ୍ଜାମ , ସମ୍ବଲପୁର ଓ ପୁରୀ ।

ପଟ୍ଟାଙ୍ଗି ରୁ କୃଷ୍ଣଚନ୍ଦ୍ର ଗଲରି ଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ