ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିର ଅନୁଷ୍ଠିତ

Dec 22, 2024 - 19:21
 0  89
ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିର ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୨/୧୨/୨୦୨୪ ରିଖ ଜିଲ୍ଲା ପ୍ରଶାସନ ତଥା ରାଷ୍ଟ୍ରୀୟ ବାଲ ସ୍ମାସ୍ଥ୍ୟ କାର୍ଯ୍ୟକ୍ରମ,ନବରଙ୍ଗପୁର ଶାଖା ଦ୍ବାରା ଶିଶୁ ଏବଂ କିଶୋର କିଶୋରୀ ମାନଙ୍କ ଠାରେ ହୃଦ୍‌ରୋଗ ନିମନ୍ତେ ସର୍ଜରୀ ଆବଶ୍ୟକ ଥିବା ଶିଶୁ /କିଶୋର କିଶୋରୀ ମାନଙ୍କ ଚିହ୍ନଟୀକରଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ନବରଙ୍ଗପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି ! ଏହି ଶିବିରରେ ନାରାୟଣ ହୃଦ୍‌ୟାଳୟ, ରାୟପୁରରୁ ବିଶେଷଜ୍ଞ ଦଳ ଆସିଥ‌ିବା ବେଳେ ଶ୍ରୀ ପ୍ରଶାନ୍ତ ଦାସ,ପରାମର୍ଶଦାତା,ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଡ଼ିଶା ଉପସ୍ଥିତ ରହି ଶିବିରର ତଦାରଖ କରିଥିଲେ ! ଶିବିରର ପ୍ରାରମ୍ଭରେ ଡଃ,ସନ୍ତୋଷ କୁମାର ପଣ୍ଡା,ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶିବିରର ଶୁଭାରମ୍ଭ କରିଥିଲେ ! ଶିବିରରେ ସର୍ବମୋଟ ୬୯ ଜଣ ପିଲାଙ୍କସ୍ୱାସ୍ଥ୍ୟ ପରୀକ୍ଷା କରି ୩୯ ଜଣ ପିଲାଙ୍କୁ ଉଚ୍ଚତ୍ତର ଚିକିତ୍ସା କେନ୍ଦ୍ରକୁ ପ୍ରେରଣ କରିବା ପାଇଁ ଚିହ୍ନଟ କରାଯାଇଥିଲା ! ଜିଲ୍ଲାର ବିଭିନ୍ନ ବ୍ଲକରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନସ୍ଥ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଦଳ ଗୁଡ଼ିକ ଦ୍ବାରା ଏହିଶିଶୁମାନଙ୍କୁ ଚିହ୍ନଟ କରାଯାଇ ଶିବିର କ୍ଷେତ୍ରକୁ ଅଣାଯାଇଥିଲା ଏବଂ ଶ୍ରୀ ଫିରୋଜ ବାଘ, ଜିଲ୍ଲା ସହ-ପରିଚାଳକ,ଆର., ବି.ଏସ୍. କେ.ଏହି ଶିବିରର ସଂଯୋଜନା କରିଥିଲେ ! ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ମନ୍ତ୍ରୀ ପ୍ରତିନିଧି ରମେଶ ସାହୁ ଶିବିର ପରିଦର୍ଶନ କରିଥିଲେ ! ଶିବର ଶେଷରେ, ଡଃ. ନବକିଶୋର ବେହେରା ଡି. ପି. ଏଚ୍. ଓ., ଡଃ. ମଳୟ କୁମାର ତ୍ରିପାଠୀ ଏ ଡି ପି ଏଚ ଓ ( ପରିବାର କଲ୍ୟାଣ ) ଶ୍ରୀ ସୁଶାନ୍ତ ପ୍ରହରାଜ ଡି ପି ଏମ, ଏନ.ଏଚ୍.ଏମ ଙ୍କ ଉପସ୍ଥିତିରେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ ଶିବିରର ଉଦ୍‌ଯାପନ କରା ଯାଇଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ