ନବରଙ୍ଗପୁର ସଦରମହକୁମା ଠାରେ ପୁଷପୁନେଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ

Jan 14, 2025 - 09:31
 0  86
ନବରଙ୍ଗପୁର ସଦରମହକୁମା ଠାରେ ପୁଷପୁନେଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୪/୦୧/୨୦୨୫: ରିଖ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ମହା ସମାରୋହରେ ପୁଷପୁନେଇ ପରବ ପାଳନ ହୋଇଯାଇଛି ! ପ୍ରାଚୀନ ଇତିହାସ ରେ ପୁଷପୁନେଇ ପରବରେ ସମଗ୍ର ଉତ୍କଳ ରେ ଖ୍ୟାତି ଅର୍ଜନ କରିଥିଲା ! ଏହି ପ୍ରାଚୀନ ଅଞ୍ଚଳ କନ୍ଧ,ପରଜା, ସଉରା, ଭତରା ପ୍ରଭୃତି ଜନଜାତିକୁ ନେଇ ପୁଷ ପୁନେଇ ଆରମ୍ଭ ହୋଇଥିଲା ! ପରବର୍ତ୍ତୀ ସମୟରେ ସାଧାରଣ ବର୍ଗଙ୍କ ସାମାଜିକ ଜୀବନରେ ଏହାର ପ୍ରଭାବ ଓ ପରମ୍ପରା ଜାଗୃତି ହୋଇଥିଲା ! ଚଳିତବର୍ଷ "ପୁଷ୍ ପୁନେଇ-୨୦୨୫" ନବରଙ୍ଗପୁର ଠାରେ ପ୍ରଥମଥର ପାଇଁ ଆୟୋଜିତ କରାଯାଉଛି ! ପୁଷ ପୁନେଇର ଶୁଭାରମ୍ଭ ସ୍ଥାନୀୟ ନୂଆଁବନ୍ଧ ସାହି ନାରଙ୍ଗୀ ପରଜାଙ୍କ ଆଦିପୀଠ ଆଦିବାସୀ ପରଜା ସଂସ୍କ୍ରୁତିର ମୂଖ୍ୟସ୍ଥଳ ମାଁ କଳାଧାରିଣୀ ଠାରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ମନ୍ଦିର ଠାରୁ ଆଜ୍ଞାମାଳ ଗ୍ରହଣ କରିବା ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ଆଶୀର୍ବାଦ ନେଇ ପାରମ୍ପାରିକ ଗୀତନାଚ,ବାଜା ସହିତ ଛେରଛେରା ବିଶାଲ ଶୋଭାଯାତ୍ରା ସ୍ଥାନୀୟ ପୋଲିସ ପଡିଆ ପର୍ଯ୍ୟନ୍ତ ପହଞ୍ଚିଥିଲେ ! ପୁଷ ପୁନେଇ ଆବାହକ ମୁନା ତ୍ରିପାଠୀ,ନରସିଂହ ତ୍ରିପାଠୀଙ୍କ ପୌରାହିତ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପୋଲିସ ପଡିଆ ଠାରେ ୧୩,୧୪ ଓ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ! ଏହି କାର୍ଯ୍ୟକ୍ରମ ଅବସରରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଅଶୋକ ପାତ୍ରଙ୍କ ଦ୍ଵାରା ପ୍ରସ୍ତୁତ 'ଆମୋର ପୁଷ ପୁନି' କ୍ୟାସେଟ ଉନ୍ମୋଚିତ ହୋଇଯାଇଛି ! ପ୍ରଥମ ଦିନର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ,ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ,ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ,ପୌରାଧ୍ୟକ୍ଷ କୁନୁ ନାୟକ,କୌଶଲ୍ୟା ପ୍ରଧାନୀ,ହାରାବତୀ ଗଣ୍ଡ,କାଦମ୍ବିନୀ ତ୍ରିପାଠୀ, ଗୁପ୍ତ ନାରାୟଣ ଷଡଙ୍ଗୀ, ଅର୍ଜୁନ ଭତରା, ଡଃ ବିଜୟ ମିଶ୍ର, ମନୋରମା ମାଝୀ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ, ରତନ ମାଝୀ, ପୌରାଞ୍ଚଳ କାଉନସିଲର, ବୁଦ୍ଧିଜୀବୀ,ବିଭିନ୍ନ ସମାଜର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ! ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତିର କଳା ପ୍ରଦର୍ଶନରେ ଜନସାଧାରଣ ଭରପୁର ଆନନ୍ଦ ଲାଭକରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 2
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ