ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୦ ତମ ଓଡିଶା ଦିବସ ମହାସମାରୋହରେ ପାଳିତ

Apr 2, 2025 - 15:53
 0  70
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୦ ତମ ଓଡିଶା ଦିବସ ମହାସମାରୋହରେ ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୨.୦୪.୨୦୨୫ ରିଖ: ଗତ କାଲି ତା: ୦୧.୦୪.୨୦୨୫ ରିଖ: ସନ୍ଧ୍ୟା ୭.୦୦ ଘ ସମୟରେ ସ୍ଥାନୀୟ ଶାସ୍ତ୍ରୀ ଭବନ ( ଟାଉନ ହଲ ) ଠାରେ ଜିଲ୍ଲା ସ୍ତରୀୟ ୯୦ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି ! ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସ ପାଳନ ମହାସମାରୋହରେ ମୁଖ୍ୟ ଅତିଥି ରୂପେ ଗୌରୀ ଶଙ୍କର ମାଝୀ ମାନ୍ୟବର ବିଧାୟକ,ନବରଙ୍ଗପୁର ,ବିଶିଷ୍ଟ ଅତିଥି ରୂପେ ମନୋହର ରନ୍ଧାରୀ ମାନ୍ୟବର ବିଧାୟକ ଡ଼ାବୁ ଗାଁ ଓ ସମ୍ମାନୀତ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା,ଜିଲ୍ଲାପାଳ ( ରାଜସ୍ଵ ) ବିଶ୍ଵଜିତ ବର୍ମନ୍ ଏବଂ ମୁଖ୍ୟବକ୍ତା ଡ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ !ଅତିଥିଗଣ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡିଶା ର ବରପୁତ୍ର ମାନଙ୍କର ନିସ୍ୱାର୍ଥପର ତ୍ୟାଗ ,ବଳିଦାନ ଓ ଉଦ୍ୟମ ସମ୍ପର୍କରେ ସ୍ମୃତି ଚାରଣ ସହ ସମୃଦ୍ଧ ଓ ସଶକ୍ତ ଓଡିଶା ତଥା ଓଡ଼ିଆର ସ୍ୱାଭିମାନ ଓ ଅସ୍ମିତା କୁ ପାଥେୟ କରି ସ୍ବପ୍ନର ଓଡ଼ିଶାକୁ ସାକାର କରିବାରେ ସମସ୍ତଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ ! ଓଡ଼ିଶା ର ଭାଷା ,ସଂସ୍କୃତି, ଏତ୍ୟିହ, ପରମ୍ପରା, ଚଳଣି ,ସାହିତ୍ୟ, ଅସ୍ମିତା କୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବା ସହ ଏହାର ଉତୋରତ୍ତର ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବାକୁ ମତ ପ୍ରକାଶ ପାଇଥିଲା ! ଏହି ଦିବସ ପାଳନ ଅବସରରେ ସକାଳ ୫.୦୦ ଘ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ଉତ୍କଳ ବନ୍ଦନା ତଥା ଦେଶାତ୍ମବୋଧକ ସଙ୍ଗୀତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପରିବେଷଣ ହୋଇଥିଲା ! ସକାଳ ୭.୦୦ ମି ସମୟରେ ସହରରେ ଅବସ୍ଥାପିତ ୧୩ ଗୋଟି ଓଡ଼ିଶା ର ବରପୁତ୍ର ଏବଂ ମହାପୁରୁଷ ପ୍ରତିମୂର୍ତ୍ତି ଠାରେ ନିକଟସ୍ଥ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା !ସ୍ଥାନୀୟ ଆମ୍ବେଦକର ଛକ ନିକଟସ୍ଥ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ ,ବି ଆର୍ ଆମ୍ବେଦକର, ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ଠାରେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଉପସ୍ଥିତ ରହି ଛାତ୍ର,ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ସରକାରୀ ଅଧିକାରୀଙ୍କ ଗ୍ରହଣରେ ପୁଷ୍ପମାଲ୍ୟ ଓ ପୂଜ୍ୟପୂଜା କରିଥିଲେ ! ସନ୍ଧ୍ୟା କାର୍ଯ୍ୟକ୍ରମ ଟାଉନ ହଲ ଠାରେ ପ୍ରଦୀପ ପ୍ରଜ୍ବଳନ, ସଭାକାର୍ଯ୍ୟ ପରେ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ବକ୍ତୃତା ,ପ୍ରବନ୍ଧ, ସଙ୍ଗୀତ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀ ତଥା ଝୋଟି, ପିଠା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ସାର୍ଟିଫିକେଟ,ଟ୍ରଫି ପ୍ରଦାନ କରିଥିଲେ ! ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ବିଦ୍ୟାଳୟ,ଅନ୍ୱେଷା କଳାକେନ୍ଦ୍ର ,ପୁରୁଷୋତ୍ତମ କଳାକେନ୍ଦ୍ର ଦ୍ବାରା ଓଡିଶୀ ନୃତ୍ୟ, ଢେମସା,ସମ୍ବଲପୁରୀ, ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା ! ଯୁଗଳ କିଶୋର ତ୍ରୀପାଠୀ ଙ୍କ ସଙ୍ଗୀତ ଅନୁଷ୍ଠାନ ର ଛାତ୍ରୀ ମାନେ ପ୍ରାରମ୍ଭ ରେ "ବନ୍ଦେ ଉତ୍କଳ ଜନନୀ "ଗାନ କରିଥିଲେ ! ଏହି ଅବସରରେ ୩୧ ଓ ୧ ତାରିଖ ରାତ୍ରି ସମୟରେ ଜିଲ୍ଲା ର ବ୍ଲକ୍ ଓ ସହରାଞ୍ଚଳ ବିଭିନ୍ନ ସରକାରୀ ,ବେସରକାରୀ କୋଠା ମାନଙ୍କରେ ଲିଚୁ ଲାଇଟ୍ ଦ୍ଵାରା ସୁସଜ୍ଜିତ କରାଯାଇଥିଲା ! ସ୍ଵାଗତ ଭାଷଣ ସହ ସଭା କାର୍ଯ୍ୟକ୍ରମ ର ପରିଚାଳନା ଓ ଆୟୋଜନ କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସଞ୍ଚାଳନ କରିଥିଲେ ! ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ସୂଚନା ଲୋକ ସମ୍ପର୍କ କାର୍ଯ୍ୟଲୟର କର୍ମଚାରୀ ସହଯୋଗ କରିଥିଲେ ! ସଭାରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, କଳାକାର ଅନୁଷ୍ଠାନ ର କର୍ମକର୍ତ୍ତା,ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ