।। ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳିତ ।

Nov 2, 2024 - 20:37
 0  61
।। ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳିତ   ।

ନବରଂଗପୁର,( ରଞ୍ଜିତ ନାୟକ ) ତା:୦୨.୧୧.୨୦୨୪ : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳିତ ହୋଇଯାଇଛି ! ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ଡା,ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଆଇନଜୀବୀ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ! ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ! ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତେ ଦୁର୍ନୀତି ର ମୂଳୋତ୍ପାଟନ ନିମନ୍ତେ ସାଧୁତାର ଶପଥ ପାଠ କରିଥିଲେ ! ସଭାରେ ସମସ୍ତ କର୍ମଚାରୀମାନଙ୍କୁ ବୃତ୍ତିଗତ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା,ଆଇନ ଶାସନକୁ ଅନୁପାଳନ,ନିଜର ଦାୟିତ୍ୱ କୁ ସାଧୁତା ଓ ସ୍ୱଚ୍ଛତା ସହ ସମ୍ପାଦନା କରିବା,ଉତ୍କୋଚ ଗ୍ରହଣ ନ କରିବା,ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା ! ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଓ ଅନ୍ୟ ଅତିଥି ମାନେ ନିଜ ବକ୍ତବ୍ୟ ରେ ଲାଞ୍ଚ ଦେଇ ଶୀଘ୍ର କାର୍ଯ୍ୟ କରିବାର ମାନସିକତାକୁ ପରିହାର କରିବା ,ନିଜ ଜୀବନରେ ସାଧୁତା ଓ ସ୍ୱଚ୍ଛତା କୁ ବଜାୟ ରଖିବା, ଯୁବସମାଜ ର ଚରିତ୍ର ଗଠନ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ,ଦୁର୍ନୀତି ବିଭାଗର କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରି ସମସ୍ତେ ସ୍ୱଚ୍ଛତା ଓ ସାଧୁତା କୁ ଆୟୁଧ କଲେ ଦୁର୍ନୀତିମୁକ୍ତ ସମାଜ ଗଠନରେ ସହାୟକ ହୋଇପାରିବା ବୋଲି କହିଥିଲେ ! ଏହି ଅବସରରେ ସକାଳ ଘ: ୯.୩୦ ମୀ: ସମୟରେ ସ୍ଥାନୀୟ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ବିଶାଳ ଶୋଭାଯାତ୍ରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ,ମିଶନ୍ ଶକ୍ତି,ନେହେରୁ ଯୁବ କେନ୍ଦ୍ରର ସଭ୍ୟ,ଆର୍ ସି ଡି ସ୍କୁଲ୍ ଓ ନବରଙ୍ଗପୁର କଲେଜର ଛାତ୍ର ଛାତ୍ରୀ,ଏନ୍ ସି ସି ଓ ଏନ୍ ଏସ୍ ଏ ଛାତ୍ର ଛାତ୍ରୀ,ବିଭାଗୀୟ ଅଧିକାରୀଙ୍କ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ,ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ ଏବଂ ଡି ଏସ ପି ଭିଜିଲାନ୍ସ ଶ୍ରୀମତୀ ଜୟଶ୍ରୀ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ସଚେତନତା ସୃଷ୍ଟି ଏବଂ ମାଇକ ଦ୍ୱାରା ସ୍ଲୋଗାନ ଦିଆଯାଇ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ଯାଇଥିଲା ! ସପ୍ତାହ ପାଳନ ଅବସରରେ ଗତ ତା:୨୮.୧୦.୨୦୨୪ ରିଖ ରେ ଜିଲ୍ଲାର ସମସ୍ତ ବ୍ଲକ୍,ତହସିଲ,ଜିଲ୍ଲା କାର୍ଯ୍ୟାଳୟ ମାନଙ୍କ ରେ କର୍ମଚାରୀମାନେ ଶପଥ ପାଠ କରିଥିଲେ ଏବଂ ସମସ୍ତ ବ୍ଲକରେ ସପ୍ତାହ ବ୍ୟାପି ସଚେତନତା ଗ୍ରାମସଭା,ପ୍ରତିଯୋଗିତା,ସଭା କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା ! ଗତ ତା: ୩୧.୧୦.୨୦୨୪ ରିଖ ରେ କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ପୁରସ୍କୃତ କରିଥିଲେ ! କଲେଜ ସ୍ତର ବକ୍ତୃତା ରେ ପ୍ରଥମ ହୋଇଥିବା ମୋନାଲିସା ତ୍ରିପାଠୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ! ଡି ଆଇ ପି ଆର୍ ଓ ଶ୍ରୀ ମନୋଜ କୁମାର ବେହେରା ସଭାକୁ ପରିଚାଳନା କରିଥିଲେ ! ଶେଷରେ ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ନବରଙ୍ଗପୁର ଶ୍ରୀମତୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ! ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ,ତହସିଲଦାର ନବରଙ୍ଗପୁର ,ଡି ଏସ୍ ଏସ ଓ,ଯୁବ ସଂଯୋଜକ,ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ , ଡି ପି ସି, ମିଶନଶକ୍ତି ,ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି,ଭିଜିଲାନ୍ସ ବିଭାଗ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ