ନବରଙ୍ଗପୁର ଜିଲ୍ଲାସ୍ତରୀୟ ସାରସ୍ବତ ସମାରୋହ-୨୦୨୫
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା; ୨୪/୦୩/୨୦୨୫ ରିଖ: ଧୋଡ୍ରା-ଉମକୋଟସ୍ଥିତ ଫକୀରମୋହନ ପଠନଶାଳା ଓ ବାଲେଶ୍ୱର ଜିଲ୍ଲାରୁ ପ୍ରକାଶିତ ଦୈନିକ ଖବରକାଗଜ "ଅପରାହ୍ନ" ର ମିଳିତ ସହଯୋଗରେ ଅଲେଖ ମହିମା ମହାବିଦ୍ୟାଳୟ ,ଧୋଡ୍ରା ଠାରେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ସାରସ୍ବତ ସମାରୋହ-୨୦୨୫ ଅନୁଷ୍ଠିତ ହୋଇ ଯାଇଛି ! ଓଡିଆ ସାହିତ୍ୟର ବିକାଶରେ ଖବରକାଗଜ ଓ କ୍ଷୁଦ୍ର ପତ୍ରପତ୍ରିକାର ଭୂମିକା ବିଷୟ ଉପରେ ଆୟୋଜିତ ଆଲୋଚନା ଚକ୍ରରେ ଫକୀରମୋହନ ପଠନଶାଳାର ସଂପାଦକ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ବ କରିଥିଲାବେଳେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେ଼ମୀ ପ୍ରାକ୍ତନ ସଦସ୍ୟ ବଲ୍ଲଭ ରାଉତ ମୁଖ୍ୟ ବକ୍ତା ଭାବେ ନାରାୟଣ ପଣ୍ଡା, ବରେଣ୍ୟ ଅତିଥି ଭାବେ ବଂଶୀଧର ଜେନା ସମ୍ପାଦକ ଅପରାହ୍ନ ଖବରକାଗଜ,ସମ୍ମାନିତ ଅତିଥି ଭାବେ ଭାବେ ସର୍ବଶ୍ରୀ ଅଧ୍ୟାପକ ପରୀକ୍ଷିତ ସାହୁ,ଦୁର୍ଗା ପ୍ରସାଦ ପାଢୀ, ମହାନନ୍ଦ ମହାଳିକ ,ଶ୍ରୀନିବାସ ପଟ୍ଟନାୟକ ଓ ଲକ୍ଷ୍ମୀ ପ୍ରିୟା ଦାସ ପ୍ରକାଶିକା ଅପରାହ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ! ପୂର୍ଣ୍ଣଚନ୍ଦ୍ର ସେଠୀ ସ୍ବାଗତ ସଙ୍ଗୀତ ଗାନ କରିଥିବାବେଳେ ଶ୍ରୀମତୀ ମିନତୀ ନାୟକ ଧନ୍ୟବାଦ ଦେଇଥିଲେ !ନବରଙ୍ଗପୁର ଜିଲ୍ଲାର ଦଶଟି ବ୍ଲକ୍ ରୁ ଶତାଧିକ ସାହିତ୍ୟିକ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ ! ଦୁଇଟି ପର୍ଯ୍ୟାୟ କବିତା ଆସରରେ ସଭାପତି ଭାବେ କେଦାରେଶ୍ୱର ପଟ୍ଟନାୟକ ଓ ବିଜୟ ଚୈଧୁରୀ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ସହଦେବ ପରିଡା, ଅନନ୍ତ ବାରିକ, ରାମଚନ୍ଦ୍ର ରାମ,ଜଗଦୀଶ ଚନ୍ଦ୍ର ତ୍ରିପାଠୀ,ରାମ ପ୍ରସାଦ ପାତ୍ର, ଅଧ୍ୟାପକ ଗୋପାଳ ମହାରଣା,ତ୍ରିପତି ବାଲାଜୀ ସାହୁ,ପ୍ରଭାତୀ ଦେବନାଥ,ଜାହ୍ନବୀ ପଣ୍ଡା, ଡ ସନ୍ତୋଷ କୁମାର ଖମାରୀ ଓ ମନୋରମା ମହାପାତ୍ର ପ୍ରମୁଖ ଓଡିଆ ଭାଷା ସାହିତ୍ୟ ର ବିକାଶରେ ପତ୍ରପତ୍ରିକାର ଭୂମିକା ଉପରେ ଆଲୋଚନା କରିଥିଲେ ! କବିତା ଗୁଡ଼ିକ ସଂଯୋଜନା କରିଥିଲେ ସର୍ବଶ୍ରୀ ସାଗର କୁମାର ପରିଡା,ବିବେକାନନ୍ଦ ପଟ୍ଟନାୟକ,ସ୍ୱାଗତିକା ସାହୁ,ସୁଶୋଭିତା ମେରିଲିନ ତୁରୁକ,ସ୍ବର୍ଣ୍ଣ ଲତା ପଟ୍ଟନାୟକ, ବାସନ୍ତୀ ଲତା ଜେନା ଓ ବୈଜୟନ୍ତୀ ମାଳା ରାଉତ, ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅପରାହ୍ନର ଜିଲ୍ଲା ପ୍ରତିନିଧି ସାଗର କୁମାର ପରିଡା ତାଙ୍କୁ ସହଯୋଗ କରିଥିଲେ ! ରାଜକିଶୋର ନାୟକ, ବିବେକାନନ୍ଦ ପଟ୍ଟନାୟକ , ପ୍ରକାଶ ଚନ୍ଦ୍ର ବେହେରା , ବଂଶୀଧର ଭୁୟାଁ,ରୂପ ସିଂ ନାୟକ, ପ୍ରଦୀପ୍ତ କୁମାର ବେହେରା,ନଗେନ୍ଦ୍ର କୁମାର ରାଉତ,ରଶ୍ମିତା ସ୍ୱାଇଁ, ପ୍ରକାଶ ସାମଲ,ସରୋଜିନୀ କର, ସନ୍ତୋଷ କୁମାର ସାହୁ,ଚନ୍ଦନ କୁମାର ପାତ୍ର, ନବରଙ୍ଗପୁର ଜିଲ୍ଲାରେ ଓଡିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାରରେ ବ୍ରତୀ ଥିବା ବହୁ ସାରସ୍ବତ ସାଧକ ସାଧିକାମାନଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0