।। ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା଼ ଯାତ୍ରା ରେ କାଳିଆ,ସୁଭଦ୍ରା, ଓ ବଳଭଦ୍ର ବାହୁଡିଲେ ଶ୍ରୀମନ୍ଦିର କୁ । ଦର୍ଶନ ପାଇଁ ଭକ୍ତ ଭାବ ବିହଳ ।

Jul 18, 2024 - 21:05
 0  11
।। ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା଼ ଯାତ୍ରା ରେ କାଳିଆ,ସୁଭଦ୍ରା, ଓ ବଳଭଦ୍ର ବାହୁଡିଲେ ଶ୍ରୀମନ୍ଦିର କୁ । ଦର୍ଶନ ପାଇଁ ଭକ୍ତ ଭାବ ବିହଳ ।

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ବାହୁଡା଼ ଯାତ୍ରାର ଆଜି ଶେଷ ଦିନରେ ପ୍ରଥମେ ଜଗନ୍ନାଥଙ୍କ 16 ଚକ ବିଶିଷ୍ଟ ତାଳଧ୍ଵଜ ରଥକୁ ଗୁଣ୍ଡିଚା ମନ୍ଦିର ନିକଟରୁ ଭକ୍ତ ମାନେ ଟାଣି ନେଇ ଶ୍ରୀ ମନ୍ଦିର ସମ୍ମୁଖ ରଥ ଖଳାରେ ପହଞ୍ଚାଇ ଥିଲେ. ପରେ ପରେ ଦେବି ସୁଭଦ୍ରାଙ୍କର 12 ଚକ ବିଶିଷ୍ଟ ଦେବଦଳନ ରଥକୁ ପରମ୍ପରା ମୁତାବକ କେବଳ ମହିଳା ଭକ୍ତ ମାନେ ଟାଣିନେଇଆସିଥିଲେ ଏବଂ ଶେଷରେ ବଡ଼ଭାଇ ବଳଭଦ୍ରଙ୍କୁ ରଥରେ ଟାଣି ଟାଣି ଭକ୍ତେ ଆନନରେ ଭକ୍ତି ମୂଳପରିବେଶରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ. ଆଜି ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଡିଆଇଜି ଡ଼. ସତ୍ୟଜିତ ନାଏକ, ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ, ଏସପି ଏସ. ସୁଶ୍ରୀ ଯୋଗ ଦେଇ ରଥଟାଣି ଥିଲେ. ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ପରମ୍ପରା ମୁତାବକ ଦେବି ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିଥାନ୍ତି. ଏହି ପରମ୍ପରା 1975 ମସିହା ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଥିଲେ, ସେତିକି ବେଳୁ ଆରମ୍ଭ ହୋଇଛି. ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କୁ ସଶକ୍ତ କରାଯିବା ପାଇଁ ବାରିପଦା ମାଟିରୁ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ଚଳିତ ବର୍ଷ 50 ବର୍ଷ ହେଉଥିବାରୁ ଏଥର ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳରୁ ମହିଳା ଭକ୍ତ ମାନେ ଆନନ୍ଦ ଉଲ୍ଲାସରେ ଦେବି ସୁଭଦ୍ରାଙ୍କ ରଥ ଟାଣିଥିବାର ଦେଖାଯାଇଛି. ତେବେ ରଥ ଟଣା ବେଳେ ଆଜି ମୁଖ୍ୟତଃ ପାଗ ଶୁଖିଲା ଥିବାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା. ରଥ ଯାତ୍ରାରେ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 ମୟୂରଭଞ୍ଜ ବାରିପଦା ରୁ ଗୌର ଦାସ ଗିରିଙ୍କ ରିପୋଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ