ଦ୍ରୋଣାଚାର୍ଯ୍ୟ ସ୍କୁଲ ଜୟପାଟଣା ର ବାର୍ଷିକ କ୍ରୀଡା ଉତ୍ସବ

Dec 25, 2024 - 05:12
 0  44
ଦ୍ରୋଣାଚାର୍ଯ୍ୟ ସ୍କୁଲ ଜୟପାଟଣା ର ବାର୍ଷିକ କ୍ରୀଡା ଉତ୍ସବ

ଜୟପାଟଣା ୨୪-୧୨-୨୦୨୪(ଫାଷ୍ଟ ନ୍ୟୁଜ ଓଡ଼ିଶା /କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)ଦ୍ରୋଣାଚାର୍ଯ୍ୟ ସ୍କୁଲ ଜୟପାଟଣା ର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଉମା ଶଙ୍କର ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଥିଲା।ଜୟପାଟଣା ସରପଞ୍ଚ ସୁଶ୍ରୀ ମୌଶମି ଡଙ୍ଗରି ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଧିରେନ୍ ନାଏକ ସଭାପତିତ୍ବ କରିଥିଲେ, ମୁଖ୍ୟ ଅତିଥି ଭାବେ ଜୟପାଟଣା ସମିତି ସଭ୍ୟା ଶ୍ରୀମତୀ ରଶ୍ମିତା ଦୁରୀଆ ,ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅସରପ ଅଲ୍ଲୀ,ଶ୍ରୀଯୁକ୍ତ ଜଗମୋହନ ପଟ୍ଟନାୟକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ରାଉତ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରମୁଖ ଉପସ୍ଥିତ ହୋଇ ପାଠ ସହିତ ଖେଳ ର ମଧ୍ୟ ଆବସ୍ୟ ତା ରହିଥିବା ବିଷୟ ଉପରେ ବିସ୍ତୃତ ଭାବେ ଆଲୋକ ପାତ କରି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ମନିଷା ପଣ୍ଡା ମଞ୍ଚ ପରିଚନା,ସମ୍ବିଯିତ ସିଂ ଧନ୍ୟବାଦ ଅର୍ପଣ ,ନନ୍ଦିନୀ ପଣ୍ଡା,ଉର୍ମିଳା କୁଣ୍ଡୁ,ଅଜିତ ବାଘ,ଲାଲକୃଷ୍ଣ ଧଙ୍ଗଡା ମାଝି,ରିତ ନାଏକ,ଶିକ୍ଷକ ଓ ଶିକ୍ଷୟତ୍ରୀ ଖେଲ ପରିଚାଳନା ଏଁବ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ । ଅବିଭାବକ ମାନେ ମଧ୍ୟ ଉପସ୍ଥିତ ହୋଇ ଉତ୍ସାହିତ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ