।। ଦେଓମାଳୀରେ ବୁଦ୍ଧଦେବଙ୍କ ମୂର୍ତ୍ତି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।।
କୋରାପୁଟ /ପଟ୍ଟାଙ୍ଗି, ୩୦।୧(ବାବୁଲା ଖିଲ) ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳୀ ପର୍ବତ କୋରାପୁଟ ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରୂପେ ଖ୍ୟାତି ଅର୍ଜନ କରିଛି। ବର୍ଷ ତମାମ ଏଠାକୁ ହଜାର ହଜାର ସଂଖ୍ୟାରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ହେଲେ ଏଠାରେ ପ୍ରଶାସନ ଦ୍ଵାରା ସ୍ଥାପନ କରାଯାଇ ଥିବା ବୁଦ୍ଧଦେବଙ୍କ ମୂର୍ତ୍ତିକୁ କେହି ଦୁର୍ବୁତ୍ତ ଭାଙ୍ଗି ଦେଇ ବିକୃତ କରି ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କେତେଜଣ ପର୍ଯ୍ୟଟକ ଏହାକୁ ନାପସନ୍ଦ କରିବା ସହ ଏହା ବୌଦ୍ଧ ଧର୍ମାବଲମ୍ବୀଙ୍କୁ କୁଠାରଘାତ ବୋଲି କହିଛନ୍ତି। ଏହି ପର୍ଯ୍ୟଟନ କ୍ଷେତ୍ରର ସୁରକ୍ଷା ଓ ସଫେଇ ଦାୟିତ୍ଵ ପ୍ରଶାସନ କେତଜଣ ଏସ୍ଏଜିଙ୍କୁ ଦେଇଛି। ଏସ୍ଏଚ୍ ସଂସ୍ଥା କେବଳ ଗାଡ଼ି ପିଛା ୧୦୦ ଟଙ୍କା ଏଣ୍ଟ୍ରି ଫି ଆଦାୟ କରି ବସିଯାଉଛି। ହେଲେ ଏଠାକାର ରକ୍ଷଣାବେକ୍ଷଣ ଠିକରେ ହେଉନଥିବା ଅଭିଯୋଗ ହୋଇଛି। ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏକାସ୍କ ୱାଚ୍ ଟାୱାର ପ୍ରଶାସନ ନିର୍ମାଣ କରିଛି। ସେଗୁଡ଼ିକର ମଧ୍ୟ ଉପଯୁକ୍ତ ରକ୍ଷଣବେକ୍ଷଣ ହେଉ ନାହିଁ। ଥିବା ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ନଜରରେ ଦେଓମାଳିର ଛବି ମଳିନ ପଡୁଥିବା ଅଭିଯୋଗ ହୋଇଛି। ଏଥସହ ଏପରି କାମ କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକାଧ୍ଵକ ପର୍ଯ୍ୟଟକ ଦାବି କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରର ସୁରକ୍ଷା ଓ ସଫା ସମ୍ପର୍କରେ ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣ ନାୟକଙ୍କୁ ପଚାରିବାରୁ କ'ଣ ହୋଇଛି ତାହା ଦେଖିବା ସହ ଏହାର ଯତ୍ନ ପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।
ଚିପ୍ ଏଡିଟୋର ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0