ଦିନିକିଆ ନୂଆପଡା ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଷନ ସିଂ ଦେଓ

Feb 11, 2025 - 04:34
 0  79
ଦିନିକିଆ ନୂଆପଡା ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଷନ ସିଂ ଦେଓ

ନୂଆପଡା : ଆଜି ଉଡାଜାହାଜ ଯୋଗେ ଦିନିକିଆ ନୂଆପଡା ଜିଲ୍ଲାଗସ୍ତରେ ଆସି ଓଡିଶାର ଉପମୁଖ୍ୟମନ୍ତ୍ରୀ ଜନକ ବର୍ଦ୍ଦନ ସିଂ ଦେଓ ନୂଆପଡା ଜିଲ୍ଲା ସଦର ମହକୁମା ଗୋତମା ଉଡ଼ାଜାହାଜ ପଡିଆରେ ଅବତରଣ କରିଥିଲେ । ସେଠାରେ ଉପମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିବାପାଇଁ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ନାୟକ, ଜିଲ୍ଲାମୁଖ୍ୟ କୃଷି ଅଧିକାରି, ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ମାନାସିଂ, ସଦର ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ, ଡେପୁଟି କଲେକ୍ଟର ସବ୍ୟସାଚି ପ୍ରମୁଖ ଉପସ୍ଥିତ ଥିବାବେଳେ କଳାହାଣ୍ଡିର ପୁର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରିଆରରୋଡ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଡ. ସୋନିଆ ଜୈନ, ଭାଜପା ର ନୂଆପଡା ଜିଲ୍ଲା ସଭାପତି କମଲେଶ ଦିକ୍ଷିତ, ଭାଜପାର ନୂଆପଡା ବିଧାନସଭା ପାର୍ଥୀ ଅଭିନନ୍ଦନ ପଣ୍ଡା, ବରିଷ୍ଠ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ ପ୍ରସନ୍ନ କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ କନକ ବର୍ଦ୍ଧନଙ୍କୁ ଉତରିୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ସେଠାରେ ଜିଲ୍ଲା ପୁଲିସ ପକ୍ଷରୁ ମନ୍ତ୍ରୀ ଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ମନ୍ତ୍ରୀ ନୂଆପଡା ଜିଲ୍ଲା ସଦର ବ୍ଲକ ଆମସେନା ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ଗୁରୁକୁଳ ଆଶ୍ରମର ୫୮ ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ । ମନ୍ତ୍ରୀ ଗୁରୁକୂଳରେ ପହଂଚିବାପରେ ଆଶ୍ରମର ଅଚାର୍ଯ୍ୟ ବ୍ରତାନନ୍ଦ ସରସ୍ଵତୀ ପ୍ରଗାର ପାନିର ମହିଳା କିର୍ତନ ଦଳର ଝାଞ୍ଜର ତାଳେ ତାଳେ ମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ । ଗୁରୁକୁଳ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଧର୍ମାନନ୍ଦ ସରସ୍ବତୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନି ସଭାରେ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ କଳାହାଣ୍ଡିର ପୁର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରିଆର ରୋତ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଡ. ସୋନିଆ ଜୈନ, ସ୍ୱାମୀ ସୁଧାନନ୍ଦ ସରସତୀ, ସ୍ୱାମୀ ଆଦିତ୍ୟ ବ୍ୟାସ, ସ୍ୱାମୀ ସଚିଦାନନ୍ଦ ଜୋଗି, ସ୍ୱାମୀ ରାମବିର ଶାସ୍ତ୍ରୀ, ଡ.ରାଜ ନାରାୟଣ, କଟକରୁ ଆସିଥିବା ବିରେନ୍ଦ୍ର ପଣ୍ଡା, ଦୃଶ୍ୟନ୍ତ ସ୍ୱାଇଁ, ମହେନ୍ଦ୍ର ଜି ପ୍ରମୁଖ ମଂଚାସିନ ଥିଲେ। ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ମଂଚ ପରିଚାଳନା କରିଥିଲେ ଡ. କୁଞ୍ଜ ଦେବ ମନିଷୀ । ଏହି ଅବସରରେ ମନ୍ତୀ ଙ୍କ ନିକଟରେ କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଆଜି ନୂଆପଡା ର ଗୁରୁକୂଳ ଅନ୍ୟ ୧୯ ଟି ସ୍ଥାନରେ ଗୁରୁକୂଳ ଖୋଲିସାରିଲାଣି, ସେଥି ମଧ୍ୟରୁ ନୂଆପଡାର ବନସ୍ତ ମାଓ ଅଧୁସିତ ସୁନାବେଡ଼ାରେ ମଧ୍ୟ ଏକ ବାଳିକା ଆଶ୍ରମ ଖୋଲାଯାଇଛି କିନ୍ତୁ ପର୍ଯ୍ୟାୟ ଛାତ୍ରାବାସ ଅଭାବରୁ ଆଦିବାସୀ ଅଂଚଳର ବାଳିକା ମାନେ ଆସି ରହିପାରୁ ନାହାନ୍ତି, ଏପରିକି ସେଠାରେ ଛାତ୍ରାବସ ନିର୍ମାଣ କରିବାର ଆଗ୍ରହ ପ୍ରକାଶ କରିଥିଲେ । ମନ୍ତ୍ରୀ ନିଜ ଅଭିଭାଷଣରେ ଆପଣ ମାନଙ୍କ ଯଥାର୍ଥ ଦାବିକୁ ସରକାରଙ୍କ ନିକଟରେ ପହଂଚାଇବା ସହ ନିଜେ ଚେଷ୍ଟା କରି ଆବଶ୍ୟକତା ପୁରଣ ହେବବୋଲି କହିଥିଲେ । ପରେ ମନ୍ତ୍ର। ଗୁରୁକୂଳରେ ମଧ୍ୟାନ୍ନ ଭୋଜନ କରି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ