ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ବିନା ଲାଞ୍ଚରେ ଫାଇଲ ଘୁଞ୍ଚୁନି : ଲାଞ୍ଚ କାରବାରର ଭିଡିଓ ଭାଇରାଲ

May 21, 2025 - 19:59
 0  7
ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ବିନା ଲାଞ୍ଚରେ ଫାଇଲ ଘୁଞ୍ଚୁନି : ଲାଞ୍ଚ କାରବାରର ଭିଡିଓ ଭାଇରାଲ

କନ୍ଧମାଳ: (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ। ବିଶେଷ କରି ଏବେ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇଁ ଅଭିଭାବକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେମାନଙ୍କୁ ପ୍ରମାଣ ପତ୍ର ପାଇବାକୁ ହେଲେ ଦେବାକୁ ପଡୁଛି ଲାଞ୍ଚ। ଯିଏ ଏହା ଦେଇପାରିବନି ତାର ପ୍ରମାଣପତ୍ରକୁ ଅବିଳମ୍ବେ ରଦ୍ଦ କରିଦିଆଯାଉଛି। ଆଉ ଲାଞ୍ଚ ସିଧା କୌଣସି ଅଫିସର କି କିରାଣୀ ନେଉନାହାନ୍ତି ଏହି କାର୍ଯ୍ୟକୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା କରାଯାଉଛି। ଏଭଳି ଲାଞ୍ଚନେଇ ଜଣେ କିରାଣୀଙ୍କ ଟେବୁଲ ଡ୍ରରେ ଗୁଞ୍ଜା ମାରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି। ମିଳିଥିବା ତଥ୍ୟ ପ୍ରକାରେ, ଦୁର୍ଗମ ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତରୁ ଆସିଥିବା ଜଣେ ହିତାଧିକାରୀଙ୍କୁ ଜନ୍ମ ପଞ୍ଜିକରଣ ପାଇଁ ୫ ଶହ ଟଙ୍କା ଲାଞ୍ଚ ମଗାଯାଇଥିଲା। ସେଠାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଏହି ଟଙ୍କା ନେଇ କିରାଣୀଙ୍କ ଟେବୁଲ ଡ୍ରରେ ରଖିଥିବା ଭିଡିଓ ଘୁରିବୁଲୁଛି।ଏହାର ତଦନ୍ତ ପାଇଁ ଦାବି ଉଠିଛି। ପ୍ରକାଶ ଯେ, ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏବଂ ଏସପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ ଦିନ ଦାରିଙ୍ଗବାଡିର ନାରୀ ନେତ୍ରୀ ତଥା ସମାଜସେବୀ ବିଳାସିନି ନାୟକ ତହସିଲ କାର୍ଯ୍ୟାଳୟରେ ହେଉଥିବା ଅନିୟମିତତା ସମ୍ପର୍କରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଇଥିଲେ। ସେ ସେଠାରେ ଅତିରିକ୍ତ ତହସିଲଦାରଙ୍କ ଦାୟିତ୍ୱ ପ୍ରମାଣ ପତ୍ର ସଠିକ ଭାବେ ହିତାଧିକାରୀଙ୍କୁ ଦେବା କିନ୍ତୁ ସେ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ। କୌଣସି ତଦନ୍ତ ନ କରି ପ୍ରମାଣପତ୍ରକୁ ରଦ୍ଦ କରୁଥିବା ଲୋକଙ୍କୁ ତହସିଲ କାର୍ଯ୍ୟାଳୟରୁ ତଡ଼ିଦେବା ଏଭଳି ଏକାଧିକ ସଙ୍ଗୀନ ଅଭିଯୋଗ କରାଯାଇଥିଲା। ଲାଞ୍ଚ ନେବା ଭିଡିଓ ଭାଇରଲ ସମ୍ପର୍କରେ ତହସିଲଦାର ଶରତ ଶବରଙ୍କ ପ୍ରତିକ୍ରିୟା ଜାଣିବାକୁ ଯୋଗାଯୋଗ ହେବାରୁ ସେ କହିଛନ୍ତି, ମୁଁ ଛୁଟିରେ ଅଛି। କଣ ହୋଇଛି ମୁଁ ଗଲେ ତା’ର ତଦନ୍ତ କରାଯିବ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ