।। ଥୁଆମୂଳ ରାମପୁର ବ୍ଲକର କଣ ଅନୁକୋଣେ ବହଲେନ୍ ଯାତ୍ରା ଅନୁଷ୍ଠିତ ।।

May 22, 2024 - 21:23
 0  86
।। ଥୁଆମୂଳ ରାମପୁର ବ୍ଲକର କଣ ଅନୁକୋଣେ ବହଲେନ୍ ଯାତ୍ରା ଅନୁଷ୍ଠିତ ।।

ଥୁଆମୂଳ ରାମପୁର,୨୨|୫କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି ଗ୍ରାମ ଦେବୀ ମାଁ ଠାକୁରାଣୀଙ୍କ ବହଲେନ୍ ଯାତ୍ରା। ମଙ୍ଗଳବାର ବ୍ଲକର ପୋଇଗୁଡା, ଘୁଟିଗୁଡା, ଧାମନଗୁଡା,ପୁଷ୍ଟିଗୁଡା,ରାଣିପଦର ଏବଂ ରାଣୀଡୁମେର ସମେତ ଅନେକ ଗାଁରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା।ଆଦିବାସୀ ସଂସ୍କୃତି ଓ ଏହାର ପରମ୍ପରା ଅନୁଯାୟୀ ବୈଶାଖ ମାସର ଶେଷ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଗ୍ରାମ ଦେବୀ ମାଁ ଠାକୁରଣୀଙ୍କୁ ଗାଁର ମଙ୍ଗଳ ପାଇଁ ଗାଁର ଠାକୁରାଣୀ ପୀଠରେ ଗ୍ରାମବାସୀଙ୍କ ଦ୍ବାରା ଆସ୍ଥା,ବିଶ୍ବାସ ଓ ଭକ୍ତିର ସହିତ ପୂଜାର୍ଚ୍ଚନା କରାଯାଏ।ଗ୍ରାମର ପ୍ରତ୍ୟେକ ପରିବାର ନିଜ ନିଜ ଘର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ସମସ୍ତ ଙ୍କ ଘରୁ ଘଣ୍ଟ ବାହାରି ଗ୍ରାମ ଠାକୁରାଣୀ ପୀଠରେ ଏକତ୍ରିତ ହୋଇ ସେଠାରେ ଗ୍ରାମର ଜାନୀ ଦିଶାରୀଙ୍କ ଦ୍ବାରା ପୂଜାପାଠ ହୋଇଥାଏ।ପରେ ଗ୍ରାମର ପ୍ରବେଶ ବାଟରେ ସେଇ ଘଣ୍ଧ ସବୁ ନେଇ ସେଠାରେ ଗ୍ରାମର ସମସ୍ତ ନକାରାତ୍ମକ ଶକ୍ତିକୁ ବିସର୍ଜନ ସ୍ବରୂପ ବହଲେନ୍ ଯାତ୍ରାର ସମାପନ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏଭଳି ବହଲେନ୍ ଯାତ୍ରା ପଡିଆ ଠାରେ ବହୁ ସଂଖ୍ୟାରେ ପୋଢ଼,ଛେଳି କୁକୁଡା ପାରା ଭଳି ବିଭିନ୍ନ ବୋଦା ବଳି ଦିଆଯାଇଥିବା ଦେଖିବାକୁ ମିଳିଥିଲା।ରାତିରେ ଗାଁ ରେ ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କେତେକ ଗ୍ରାମରେ ଆସନ୍ତା ବର୍ଷ ହେବାକୁ ଥିବା ଟୁକି ମରା ପର୍ବ ପାଳନର ପୁର୍ବ ପ୍ରସ୍ତୁତି ଭାବରେ ଏହି ପର୍ବ ପାଳନ ହେଉଥିବା ଜଣାଯାଏ।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁ ଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ