।। ଥୁଆମୂଳ ରାମପୁର ବି.ଡ଼ି.ଓ ଙ୍କ ମନୋମୁଖୀ ପଦକ୍ଷେପ ଯୋଗୁଁ ବ୍ଲକବାସି ଅସନ୍ତୋଷ:ପଞ୍ଚାୟତ ସମିତି ବୈଠକ ବାତିଲ ।।

Jun 9, 2023 - 16:28
 0  35
।।  ଥୁଆମୂଳ ରାମପୁର ବି.ଡ଼ି.ଓ ଙ୍କ ମନୋମୁଖୀ ପଦକ୍ଷେପ ଯୋଗୁଁ ବ୍ଲକବାସି ଅସନ୍ତୋଷ:ପଞ୍ଚାୟତ ସମିତି ବୈଠକ ବାତିଲ ।।

ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ବୈଠକ ଦୀର୍ଘ ୮ ମାସର ବ୍ୟବଧାନ ପରେ ତା ୮/୬/ ୨୦୨୩ ରିଖ ଦିନ ହେବାକୁ ଥିବା ଗତ ତା ୩୧/୫/ ୨୦୨୩ ରିଖ ଦିନ ନୋଟିସ କରାଯାଇଥିଲା । ବ୍ଳକର ୨୪ଟି ପଞ୍ଚାୟତର ସମିତି ସଭ୍ୟ,ସଭ୍ୟା, ଓ ସରପଞ୍ଚ ମାନେ କେରପାଈ, ,ସିଲେଟ, ନାକରୁଣ୍ଡି , କିଆପଦର୍, କର୍ଲାପାଟ, ସିନ୍ଧିପଦର ,ତାଲଝାପି, ଗୋପୀନାଥ ପୁର ,ଅଡ୍ରୀ , ମାଳିଗାଁ , ପାଡେପଦର,ତଲନାଗି ଭଳି ଦୁର୍ଗମ ଅଞ୍ଚଳରୁ ଗ୍ରୀଷ୍ମ ପ୍ରଭାବରେ ଅକ୍ଲାନ୍ତ ପରିଶ୍ରମ କରି ବୈଠକରେ ଯୋଗ ଦେଇ ନିଜ ନିଜ ପଞ୍ଚାୟତର ବିଧବା , ବୁଢ଼ାବୁଢ଼ୀ ,ବିକଳାଙ୍ଗ ଭତ୍ତା, ପି.ଡି. ଏସ.ଚାଉଳ, ଉନ୍ନୟନ ମୂଳକ କାର୍ଯ୍ୟ,ବର୍ଷା ସମୟର ସମସ୍ୟାକୁ ନେଇ ବୈଠକରେ ଉପସ୍ଥାପନ କରିବା ପାଇଁ ପହଞ୍ଚିଥିଲେ। କିନ୍ତୁ କାହା ଚକ୍ରାନ୍ତରେ ଅଚାନକ ବ୍ଲକ ର କର୍ମଚାରୀମାନେ କିଛି ଅସାମାଜିକ ବ୍ୟକ୍ତିଙ୍କ ବଚସାକୁ ନେଇ ବୈଠକ ବର୍ଜନ କରିଥିବାରୁ ସଭାଗୃହ ଶୂନଶାନ ହୋଇ ଯାଇଥିବାର ଜଣା ପଡ଼ିଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ବହୁଳ ଓ ଏଠାକାର ଲୋକଙ୍କ ସରଳତାର ସୁଯୋଗ ନେଇ ସ୍ଥାନୀୟ ବି,ଡି,ଓ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝୀ ଓ ସମିତି ମାନଙ୍କୁ ବି,ଡି,ଓ ମହାଶୟ ଅଣ ଦେଖା କରି କାର୍ଯ୍ୟ ଖସଡ଼ା କିମ୍ବା ବର୍ଷରେ ପାଇଥିବା ଅନୁଦାନ ର ଖର୍ଚ୍ଚ ହିସାବ ସହିତ କେଉଁ ଯୋଜନା ପାଇଁ କେତେ ଅନୁଦାନ ବ୍ୟୟ ହୋଇଛି କାହାକୁ ନ ଜଣାଇ ନିଜ ମନମୁତାବକ ଠିକାଦାର ତଥା ଦଲାଲ ମାନଙ୍କ ସହ ସଫାସୁତୁରା କରି ତଥା ପଞ୍ଚାୟତ ଅଧ୍ୟକ୍ଷଙ୍କ ଅଗୋଚରରେ କାମ କରୁଥିବା ଆମ ପ୍ରତିନିଧି ଙ୍କ ଆଗରେ ପ୍ରକାଶ କରିଥିଲେ । ଯଦି ଏପରି ମନମୁଖୀକାର୍ଯ୍ୟ ଚାଲେ ତେବେ ଆମେ ୨୪ ଗୋଟି ପଞ୍ଚାୟତର ସରପଞ୍ଚ,ସମିତି ଓ ଅଞ୍ଚଳବାସୀ ପଞ୍ଚାୟତ ସମିତି ସମ୍ମୁଖରେ ଗଣଧାରଣା ଦେବା ପାଇଁ ଆଜି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ବସି ନିଷ୍ପତ୍ତି ନେଇଛନ୍ତି। ସେହିପରି 5t କାର୍ଯ୍ୟରେ ବିଶେଷ ଅସନ୍ତୁଷ୍ଟ ହୋଇ ସମିତି ସଭ୍ୟ, ସଭ୍ୟା ବି,ଜେ,ଡି କର୍ମକର୍ତ୍ତା ବହୁବାର ଅଭିଯୋଗ କଲେ ମଧ୍ୟ ବି. ଡି. ଓ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଥିବା ଭଳି ନୀରବଦ୍ରଷ୍ଟା ସାଜିଥିବା ଜଣାପଡିଛି । ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝୀ, ସମିତି ସଭ୍ୟ ଶ୍ରୀଯୁକ୍ତ ରାଇଦାସ ନାଏକ, ସଞ୍ଜୁ କୁମାରୀ ନାୟକ,ପୁଷ୍ପାଞ୍ଜଳି ନାଏକ, ଲାଲ ନାଏକ, ଉପେନ୍ଦ୍ର ନାଏକ, କେଶରୀ ନାଏକ, ସରପଞ୍ଚ ବେଣୀ ମାଝୀ,ଧ୍ରୁବ କାନ୍ତ ମାଝୀ, ବଳଭଦ୍ର ଜାନି, ଫଟୁ ସିଂ ଭୋଇ ,ଦୁର୍ଯୋଧନ ନାୟକ ପ୍ରମୁଖ ଅସନ୍ତୋଷ ବ୍ୟକ୍ତିସମେତ ଅଞ୍ଚଳ ବାସି ଅସନ୍ତୋଷ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଜିଲ୍ଲ।ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ