।। ଥୁଆମୂଳ ରାମପୁର, କଲମପୁର ଚାର୍ଜରେ ଥିବା ଫରେଷ୍ଟରଙ୍କ ଆକସ୍ମିକ ମୃତ୍ୟୁ ।।

Oct 1, 2024 - 05:44
 0  13
।। ଥୁଆମୂଳ ରାମପୁର, କଲମପୁର ଚାର୍ଜରେ ଥିବା ଫରେଷ୍ଟରଙ୍କ ଆକସ୍ମିକ ମୃତ୍ୟୁ  ।।

ଥୁଆମୁଳ ରାମପୁର,୩୦/୦୯- କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବାନଖଣ୍ତ ଅଧୀନରେ ଥିବା ଥୁଆମୂଳ ରାମପୁର ଓ କଲମପୁର, ଦାସିଗାଁ ଫରେଷ୍ଟର ଭାବରେ କାର୍ଯ୍ୟରତ ପ୍ରକାଶ ଚନ୍ଦ୍ର ମିଶ୍ର (୪୫)ଙ୍କ ଆକସ୍ମିକ ମୃତ୍ୟୁବରଣ କରିଥିବା ଖବର ଆସି ସାମ୍ନାରେ ପହଞ୍ଚିଛି । ମିଳିଥିବା ସୂଚନାରୁ ଜଣାଯାଏ ଯେ, କଲମପୁର ବ୍ଳକ ଫରେଷ୍ଟ ବିଟରେ କାର୍ଯ୍ଯରତ ଫରେଷ୍ଟର ତାଙ୍କ ଡିୟୁନିଟ ସାରି ବିଶ୍ରାମ କରିଥିଲେ l ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ବି ଡାକିଥିଲେ ହେଲେ ସେ ଆସିନଥିଲେ ସେମିତି ଏକ ଚେୟାର ରେ ଶୋଇଥିଲେ ବୋଲି ଅନ୍ଯାନ୍ଯ କର୍ମଚାରୀ ପ୍ରକାଶ କରିଥିଲେ। ପରେ ସନ୍ଧ୍ୟା ପ୍ରାୟ ୫ଟା ୩୦ମି. ସମୟରେ ତାଙ୍କୁ ତାଙ୍କ ସହଯୋଗୀ ମାନେ ଉଠାଇବାକୁ ଯାଇଥିଲେ ସେହି ସମୟରେ ତାଙ୍କର ଚେତାଶୁନ୍ଯ ଅବସ୍ଥାରେ ଦେଖି ଉପସ୍ଥିତ ଅତିରିକ୍ତ ରେଞ୍ଜର ତ୍ରିନାଥ ସେଠୀ ଓ ଅନ୍ଯାନ୍ଯ କାର୍ମଚାରୀଙ୍କ ସହାୟତାରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ସେଠାରେ ଡାକ୍ତର ଶକ୍ତି ସାଗର ପରୀକ୍ଷା ନିରୀକ୍ଷା କଲାପରେ ଜାଣିବାକୁ ପାଇଲେ ଫରେଷ୍ଟରଙ୍କର ମୃତ୍ୟୁ ହୋଇଯାଇଛି ଏନେଇ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଜିଲ୍ଲା ବନଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ସୁଚନ ଦେବା ପରେ ଖବର ଲେଖିବା ପୂର୍ବରୁ ଡିଏଫ୍ଓ ଘଟଣା ସ୍ଥଳକୁ ଆସୁଥିବା ଜଣାପଡିଛି l ତେବେ ମୃତ ଫରେଷ୍ଟର ଙ୍କ ନିଜ ବାସସ୍ଥାନ ଜୁନାଗଡ଼ ବ୍ଲକ୍ ଭଇରିଗୁଡ଼ା ପଞ୍ଚାୟତ ସ୍ଥିତ ପରିଆ ଗାଁ ବୋଲି ଜଣାପଡିଛି l ତାଙ୍କ ପରିବାର ଲୋକେ ମଧ୍ୟ ମେଡିକାଲ କୁ ଆସୁଥିବା ଜଣାଇଛନ୍ତି ଅତିରିକ୍ତ ବନଖଣ୍ଡ ଅଧିକାରୀ ତ୍ରିନାଥ ସେଠୀ l ଆସନ୍ତା ମଙ୍ଗଳବାର ଦିନ ଶବ ବ୍ୟବଛେଦ କରାଯିବା ଘଟଣା ସୂଚନାରୁ ଜଣାପଡିଛି l

 ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ