ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନୂଆପଡା ଜିଲ୍ଲାରେ ରାଜନୈତିକ ଦଳଙ୍କୁ ନେଇ ସଚେତନତା ବୈଠକ

Aug 28, 2024 - 20:51
 0  17
ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ    ନୂଆପଡା ଜିଲ୍ଲାରେ ରାଜନୈତିକ ଦଳଙ୍କୁ ନେଇ ସଚେତନତା ବୈଠକ

ନୂଆପଡା : ତା 28.08.24 ଜିଲ୍ଲାରେ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଅଗଷ୍ଟ 20 ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟସୂଚୀ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ନୂଆପଡା ଜିଲ୍ଲାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପଜିଲ୍ଲାପାଳ ଯୋଗୀନ୍ଦ୍ର ମାଝୀ, ଡେପୁଟି କଲେକ୍ଟର ନିର୍ବାଚନ ଶେଖ ନସୀମ ପ୍ରମୁଖ ଯୋଗଦେଇଥିଲେ l ଭୋଟର ତାଲିକା ସଂଶୋଧନ ର କାର୍ଯ୍ୟସୂଚୀ, ପ୍ରଣାଳୀ, ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଦାୟିତ୍ୱ, ବୁଥ ଲେବେଲ ଅଫିସର, ବୁଥ ଏଜେଣ୍ଟ, କର୍ମୀ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ସମ୍ବନ୍ଧରେ ଏଠାରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟ ପାଇଁ ବୁଥ ଲେବେଲ ଅଫିସର ମାନେ 20 ଅଗଷ୍ଟ ରୁ 18 ଅକ୍ଟୋବର ମଧ୍ୟରେ ଘରକୁ ଘର ଯାଇ ଭୋଟର ତାଲିକା ରେ ଆବଶ୍ୟକ ସଂଶୋଧନ କରିବେ l ନୂତନ ଭୋଟର ଯୋଗଦାନ, ମୃତ୍ୟୁ, ଅନୁପସ୍ଥିତି, ବିବାହ ଜନିତ ବଦଳ , ସଠିକ ଫୋଟୋ, ଠିକଣା ଇତ୍ୟାଦି ସଂଶୋଧନ କରି 01.01.2025 ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯିବ l 06. 01.25 ଦିନ ସଂଶୋଧିତ ଚୂଡାନ୍ତ ତାଲିକା ପ୍ରକାଶିତ ହେବ l ନୂତନ ଭୋଟର ମାନଙ୍କ ପାଇଁ ଏହି ତାଲିକାରେ ଯୋଗଦାନ ସୁଯୋଗ ବର୍ଷକୁ ଚାରିଥର 1 ଜାନୁଆରୀ, 1ଏପ୍ରିଲ, 1 ଜୁଲାଇ ଓ 1 ଅକ୍ଟୋବର ରେ ପ୍ରଦାନ କରାଯିବ l ଏହି ଅବସରରେ ଜିଲ୍ଲାପାଳ କହିବାନୁଯାଇ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ଭୁଲ ଭୋଟର ତାଲିକା ଅତ୍ୟନ୍ତ ଜରୁରୀ ଅଟେ l ଏଥିପାଇଁ ସେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ହାର୍ଦ୍ଦିକ ସହଯୋଗ କାମନା କରିଥିଲେ l ଆଜିକାର ଏହି ବୈଠକରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ରୂପେ ବିଜେପି ରୁ କମଳେଶ କୁମାର ଦୀକ୍ଷିତ, ବିଜେଡି ରୁ ସ୍ୱାଗତ ଯୋଶୀ, ଆଇ ଏନ ସି ରୁ ଦେବଦତ୍ତ ଦୀକ୍ଷିତ, ଆପ ରୁ ଲକ୍ଷ୍ମୀକାନ୍ତ ତାଣ୍ଡି, ବି ଏସ ପି ରୁ ସୁଖଧର ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ