।। ତୁଳସୀ କ୍ଷେତ୍ର-ବିରଜା କ୍ଷେତ୍ର ସଳଖ ସଂଯୋଗରେ ବାଧକ ଅସମ୍ପୂର୍ଖ ପଣ୍ଡୁଆସେତୁ ।।

Sep 24, 2024 - 14:55
 0  135
।। ତୁଳସୀ କ୍ଷେତ୍ର-ବିରଜା କ୍ଷେତ୍ର ସଳଖ ସଂଯୋଗରେ ବାଧକ ଅସମ୍ପୂର୍ଖ ପଣ୍ଡୁଆସେତୁ ।।

ବରୀ,ସରକାରଙ୍କ ବହୁ ଦିନର ପରିକଳ୍ପନା ରହିଥ‌ିବା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର- ବିରଜା କ୍ଷେତ୍ର ଯାଜପୁରର ରର ସଳଖ ସଂଯୋଗ ବାସ୍ତବରେ ଏଯାଏ ସମ୍ପୂର୍ଣ ହୋଇପାରିନାହିଁ । ଏହା ପୂରଣ ନହେବାର ମୁଖ୍ୟ କାରଣ ନୂଆ ନଈରେ ନିର୍ମାଣଧନ ପଣ୍ଡୁଆ ସେତୁ । ଏହି ଅସମ୍ପୂର୍ଣ ସେତୁ କାର୍ଯ୍ୟ ପାଇଁ ସରକାରଙ୍କ ଦୀର୍ଘ ଦିନର ଏହି ଯୋଜନାର ସୁଫଳ ମିଳିପାରି ନାହିଁ I ସୂଚନାଯୋଗ୍ୟ ଦୀର୍ଘ ଦିନରୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏ ଦୁଇ ଧାର୍ମିକ କ୍ଷେତ୍ରର ସଳଖ ସଂଯୋଗ ପାଇଁ ପ୍ରସ୍ତାବ ରହିଥିଲା । ବର୍ତମାନ କେନ୍ଦ୍ରାପଡ଼ା ଜିଲାରୁ ଇନ୍ଦୁପୁର, ବରୀ ଦେଇ ଯାଜପୁର ଗଲେ ୮୦ କି.ମିରୁ ଅଧ‌ିକ ରାସ୍ତା ଅତିକ୍ରମ କରିବାକୁ ପଡୁଛି। ମାତ୍ର ଏହି ଏହି ସେତୁ ନର୍ମାଣ ସରିଲେ ଅତିବେଶିରେ ୪୫ କିମି ଭିତରେ ଏହି ଦୁଇ ତୀର୍ଥ ତଥା ପର୍ଯ୍ୟଟନସ୍ଥଳୀକୁ ସଂ ସଂଯୋଗ ହୋଇପାରିବ। ଏହା ଶେଷ ପର୍ଯ୍ୟା ର୍ଯ୍ୟାୟରେ ପହଞ୍ଚିସାରିଛି। କେବଳ ଦୁଇ କଡ଼ ସଂଯୋଗ ରାସ୍ତା ସ୍ତା କାମ ସରିଲେ ଏହା ଯାତ୍ରା ଉପଯୋଗୀ ହେ ହୋଇପାରିବ । ମାତ୍ର ପଣ୍ଡୁଆ ନାଳରେ ଚାଲିଥିବା ଏହି ସେତୁ କାର୍ଯ୍ୟର କିଛି ଅଗ୍ରଗତି ହୋଇପାରୁନାହିଁ । ସେତୁ କାର୍ଯ୍ୟ ଚାଲିଥିବା ସମଯରେ କେନ୍ଦ୍ର ସରକାରଙ୍କ ଅଧୂନସ୍ଥ ଅନ୍ତଦେଶୀୟ ଜଳପଥ ବିଭାଗ ଜାହାଜ ଚଳାଚଳ ପାଇଁ ନଦୀ ଖନନର ଉଦ୍ଦେଶ୍ୟରେ ଏହି ସେତୁର ବଦଳାଇବା ପାଇଁ ନିର୍ଦେଶ ଦେଇଥିଲେ। ଫଳରେ ନଦୀର ଉପର ଭାଗରେ ଏହାର ନିର୍ମାଣ ଶୈଳୀ ନିର୍ମାଣ ଶୈଳୀ ବଦଳା ଯାଇଥିଲା। ସେବେଠାରୁ ଏହାର କାମରେ ଅଗ୍ରଗତି ହୋଇପାରୁନାହିଁ। ଏହି ସେତୁ ସହ କାଇପଡ଼ା ଠାରେ ମଧ୍ୟ ଆଉ ଏକ ସେତୁ କାମ ବ୍ରାହ୍ମଣୀ ନଦୀରେ ଚାଲିଛି।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ