ତିଖାଲି ଠାରେ ଅର୍ଗସ ନ୍ୟୁଜ ବଲାଙ୍ଗୀର ବ୍ୟୁରୋ ର ବାର୍ଷିକ ବୈଠକ ଅନୁଷ୍ଠିତ

Dec 31, 2024 - 18:30
 0  21
ତିଖାଲି ଠାରେ ଅର୍ଗସ ନ୍ୟୁଜ ବଲାଙ୍ଗୀର ବ୍ୟୁରୋ ର ବାର୍ଷିକ ବୈଠକ ଅନୁଷ୍ଠିତ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତିଖାଲି ଠାରେ ଅର୍ଗସ ନୂଆପଡ଼ା ଜିଲ୍ଲା ପ୍ରତିନିଧି ଯୁଧିଷ୍ଠିର ପଟେଲ ଙ୍କ ଆହ୍ୱାନ କ୍ରମେ ଅର୍ଗସ ବଲାଙ୍ଗୀର ବ୍ୟୁରୋ ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ବ୍ୟୁରୋ ତରୁଣ ସାହୁ ଙ୍କ ସଭାପତିତ୍ୱ ରେ ସୋନପୁର ଜିଲ୍ଲା ପ୍ରତିନିଧି ସତ୍ୟବ୍ରତ ପ୍ରଧାନ,କଲାହାଣ୍ଡି ଜିଲ୍ଲା ପ୍ରତିନିଧି ଭରତ ବିଶି,ବୌଦ୍ଧ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ସିଂ, ପାଟଣାଗଡ଼ ପ୍ରତିନିଧି ସଦାଶିବ ସରାଫ,କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସ, ଖଡ଼ିଆଳ ପ୍ରତିନିଧି ଗଣେଶ ରଣା, ଟିଟିଲାଗଡ ପ୍ରତିନିଧି ଅଜିତ କୁମାର ସାହୁ, ବିନିକା ପ୍ରତିନିଧି ସୃଜନ ପଣ୍ଡା, ଜୁନାଗଡ଼ ପ୍ରତିନିଧି କୁମରମଣି ଦୁର୍ଗା,ଧର୍ମଗଡ଼ ପ୍ରତିନିଧି ଚନ୍ଦ୍ରମଣି ଲହଜଲ,ଲୋଇସିଂହା ପ୍ରତିନିଧି ରାଧେଶ୍ୟାମ ହାତୀ,ବଲାଙ୍ଗୀର କ୍ୟାମେରାମ୍ୟାନ ସୁଜିତ ସେଠ, ନୂଆପଡା କ୍ୟାମେରାମ୍ୟାନ ବିଷ୍ଣୁ ସାହୁ,ସୋନପୁର କ୍ୟାମେରାମ୍ୟାନ ନିରଞ୍ଜନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପ୍ରତିନିଧି ମାନଙ୍କୁ ଉପଢଉକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତେ ଦୁଃଖ ସୁଖ ର କଥା ବାଣ୍ଟିବା ସହ ସାଧାରଣ ଲୋକ ଙ୍କ ଖବର କିପରି ଭାବେ ସ୍ୱର ହୋଇ ସରକାର ଓ ପ୍ରଶାସନ ଠାରେ ଦୃଷ୍ଟି ଆକର୍ଷଣ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପରବର୍ତ୍ତୀ ବାର୍ଷିକ ବୈଠକ କଲାହାଣ୍ଡି ଜିଲ୍ଲା ରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏଥିରେ ପଶ୍ଚିମ ଓଡିଶା ର ବିଭିନ୍ନ ଜିଲ୍ଲା ର ସାମ୍ବାଦିକ ମାନେ ସାମିଲ ହୋଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ