ତରବୋଡ଼ ଶିଶୁମନ୍ଦିର ରେ ତ୍ରୟୋବିଂଶ ବାର୍ଷିକୋତ୍ସବ ପାଳିତ 

Mar 31, 2025 - 22:22
 0  18
ତରବୋଡ଼ ଶିଶୁମନ୍ଦିର ରେ  ତ୍ରୟୋବିଂଶ ବାର୍ଷିକୋତ୍ସବ ପାଳିତ 

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ସ୍ଥିତ ଶିଶୁମନ୍ଦିର ର ତ୍ରୟୋବିଂଶ ବାର୍ଷିକୋତ୍ସବ ମହାସମାରୋହ ରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ପ୍ରସନ୍ନ ପାଢ଼ୀ ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଦକ୍ଷିଣ ପଶ୍ଚିମ ସମ୍ଭାଗ ର ସମ୍ପାଦକ ରୁଦ୍ର ମାଧବ ବାରିକ ଯୋଗଦାନ କରିଥିଲେ। ପରିଚାଳନା ସମିତି ସମ୍ପାଦକ ପୁରନମାଳ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ଉତ୍ସବ ରେ ସର୍ବୋଚ୍ଚ ପ୍ରାପ୍ତାଙ୍କ, ସର୍ବାଧିକ ଉପସ୍ଥାନ, ବୃତ୍ତି ପାଇଥିବା ଛାତ୍ରଛାତ୍ରୀ, ସର୍ବୋପରି ନବୋଦୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ନରେନ୍ଦ୍ର ଭାଇ ଓ ସନ୍ତୋଷିନୀ ଭଉଣୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପରିଚାଳନା ସମିତି ର ସଦସ୍ୟ ଗଣ, ଆଚାର୍ଯ୍ୟ /ଆଚାର୍ଯ୍ୟା ଙ୍କ ସମେତ ବିଶ୍ୱମ୍ବର ରାଉତରାୟ, ମନିଜର ଆର୍ଯ୍ୟ ସଭା ପରିଚାଳନା ରେ ସହଯୋଗ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ