ଡୂମେରପାଣି କ୍ଲୁଷ୍ଟର ଅନ୍ତର୍ଗତ ବନକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର

Mar 9, 2025 - 19:56
 0  10
ଡୂମେରପାଣି କ୍ଲୁଷ୍ଟର ଅନ୍ତର୍ଗତ ବନକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର

ବାର୍ଷିକ ଉତ୍ସବ ୨୦୨୪-୨୫ ପାଳନ ନୂଆପଡ଼ା : ଡୂମେରପାଣି କ୍ଲୁଷ୍ଟର ଅନ୍ତର୍ଗତ ବନକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪-୨୫ ପାଳନ ହୋଇ ଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରି ଶ୍ରୀମତୀ ନିର୍ମଳା ଚନ୍ଦ୍ରକାର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଚୈତ ରାମ ନାଏକ ମୁଖ୍ୟ ଅତିଥି, ଡୁମେରପାଣି ସି ଆର ସି ସି ଶ୍ରୀ ଅମିୟ ଜ୍ୟୋତି ପାଢ଼ୀ ମୁଖ୍ୟ ବକ୍ତା,ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ମହେଶ ସାହୁ, ୱାର୍ଡ଼ ମେମ୍ବର ଶ୍ରୀ ଗୌରୀ ପଟେଲ, ପୁର୍ବତନ ୱାର୍ଡ଼ ମେମ୍ବର ଶ୍ରୀ ବୁଧୁ ରାମ ସାହୁ, ଅବସର ପ୍ରାପ୍ତ ମୁଖ୍ୟ ରାଜସ୍ବ ଶାଖା ଅଧକାରୀ ଶ୍ରୀ ନରେନ୍ଦ୍ର ଚନ୍ଦ୍ରକାର, ସି ଆର ସି ସି ଶ୍ରୀ ଗୋପାଳ ଚନ୍ଦ୍ରକାର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସଞ୍ଜୟ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସର ରେ ବାର୍ଷିକ କ୍ରୀଡା ରେ ପୁରସ୍କାର ବିତରଣ କରାଯାଇ ଥିଲା ଏହି ସଭା ରେ ବୁଧୁରାମ ସାହୁ ଚଳିତ ବର୍ଷ ଅଷ୍ଟମ ଶ୍ରେଣୀ ରେ ପରୀକ୍ଷା ରେ ପ୍ରଥମ ଓ ଉତ୍ତମ ଛାତ୍ର/ ଛାତ୍ରୀ ଙ୍କୁ ପୁରସ୍କାର ଦେଇଥିଲେ ଏବଂ ଆଗକୁ ପ୍ରତ୍ୟେକ ବର୍ଷ ଦେବେ ବୋଲି ଘୋଷଣା କରିଥିଲେ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସର୍ବାଧିକ ସହଯୋଗ ଅର୍ଥ ରାଶି ପ୍ରଦାନ କରିଥିବା ଶ୍ରୀ ଓମ୍ ବିଶ୍ଵାଳ, ଶ୍ରୀ ରୁପ କୁମାର ସାହୁ, ଶ୍ରୀମତୀ ନିର୍ମଳା ଚନ୍ଦ୍ରକାର ଙ୍କୁ ସମ୍ମାନୀତ କରାଗଲା। ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଚିତ୍ରଲେଖା ମହାପାତ୍ର, ଶ୍ରୀମତୀ ରଶ୍ମି ରଞ୍ଜିତା ଭୋଇ, ଶ୍ରୀମତୀ ଶତରୁପା ସାହୁ ଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯକ୍ରମ ସଫଳ ହୋଇଥିଲା । କ୍ଲୁଷ୍ଟର୍ ର ବରିଷ୍ଠ ଶିକ୍ଷକ ଶ୍ରୀ ସୁଶାନ୍ତ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ । ଏହି ବର୍ଷ ସମସ୍ତ ବିଦ୍ୟାଳୟ ରେ ଏପରି ଉତ୍ସବ ହେଉ ଥିବାରୁ ଗ୍ରାମବାସୀ ତଥା ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାରାଣୀ ନାୟକ ବାର୍ଷିକ ଉତ୍ସବ ରେ ଉପସ୍ଥିତ ଥିବା ସମସ୍ତ ପରିଚାଳନା କମିଟି ର ସଦସ୍ୟ/ ସଦସ୍ୟା ,ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ