ଡୁମେରପାଣି ପଞ୍ଚାୟତ ନନ୍ଦପୁର ଗ୍ରାମରେ କବାଡି ପ୍ରତିଯୋଗିତା ୨୦୨୪ର ସମାପନ ଦିବସ ଅନୁଷ୍ଠିତ

Oct 1, 2024 - 18:48
 0  11
ଡୁମେରପାଣି ପଞ୍ଚାୟତ ନନ୍ଦପୁର ଗ୍ରାମରେ କବାଡି ପ୍ରତିଯୋଗିତା ୨୦୨୪ର ସମାପନ ଦିବସ ଅନୁଷ୍ଠିତ

ନୂଆପଡ଼ା : ଡୁମେରପାଣି ପଞ୍ଚାୟତ ନନ୍ଦପୁର ଗ୍ରାମରେ ଆୟୋଜିତ ଜୟ ବୁଢାଦେଓ କବାଡି ପ୍ରତିଯୋଗିତା ୨୦୨୪ର ସମାପନ ଦିବସ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ନୂଆପଡ଼ା ଜିଲ୍ଲାର ଯୁବ ମୋର୍ଚ୍ଚା ସଭାପତି ତଥା ବିଗତ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରାର୍ଥୀ ଶ୍ରୀମାନ ଅଭିନନ୍ଦନ ପଣ୍ଡାଙ୍କ ଦ୍ବାରା ଘୋଷିତ ନଗଦ୍ ୮୫୦୧/- ଟଙ୍କାର ପ୍ରଥମ ପୁରସ୍କାର କବାଡି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରାଏଘର ଟିମ୍ କୁ ମୂଖ୍ୟ ଅତିଥି ଶ୍ରୀ ଅଭିଷେକ ପଣ୍ଡାଙ୍କ ହସ୍ତରୁ ପ୍ରଦାନ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଯୁବ ନେତା ଶ୍ରୀ ହରିଶ୍ଚନ୍ଦ୍ର ପଣ୍ଡା, ଡୁମେରପାଣି ସରପଞ୍ଚ ଟେକରାମ ସାହୁ, ଡୁମେରପାଣି ପେକ୍ସ ସଭାପତିଙ୍କ ପ୍ରତିନିଧି ରାମେଶ୍ବର ସାହୁ, ନନ୍ଦପୁର ଗ୍ରାମର ୱାର୍ଡ ମେମ୍ବର ପ୍ରମୋଦ ମାଝୀ, ହଳଦୀ ଗ୍ରାମର ୱାର୍ଡ ମେମ୍ବର ପ୍ରକାଶ ସାହୁ, ଡୁମେରପାଣି ସ୍କୁଲ ଚେରମେନ୍ ଟୁକୁ ସାହୁ, ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ସଦସ୍ୟ ଉମେଶ କୁମାର ସହିସ୍, ନାରାୟଣ ସାହୁ, ହେମକୁମାର ସାହୁ, ମଳୟ ରଂଜନ ପଣ୍ଡା, ରାକେଶ ବାଗ ତଥା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଓ‌ କବାଡି ଆୟୋଜକ ସଂଘର ସଦସ୍ୟ ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ