ଡିଜିଟାଲ ଇଣ୍ଡିଆ ରେ ମୋବାଇଲ ଟାୱାର ନ ଥିବା ଯୋଗୁଁ ଅବହେଳିତ କର୍ଲାପାଟ

Jul 25, 2024 - 18:54
 0  115
ଡିଜିଟାଲ ଇଣ୍ଡିଆ ରେ ମୋବାଇଲ ଟାୱାର ନ ଥିବା ଯୋଗୁଁ   ଅବହେଳିତ କର୍ଲାପାଟ

କଳାହାଣ୍ଡି ଜିଲ୍ଲା ତା:-୨୫/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା ଆମ ଭାରତ ସରକାର ଡିଜିଟାଲ ଇଣ୍ଡିଆର ର ଦିବା ସ୍ବପ୍ନ ଦେଖୁଥିବା ବେଳେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ପାହାଡ଼, ଦୁର୍ଗମ, ଅପହଞ୍ଚ ଉପାନ୍ତ ଗ୍ରାମକୁ ଗ୍ରାମ ଯୋଡିବା ପାଇଁ ଭାରତ ସରକାର ପ୍ରତିଶୁତି ବଦ୍ଧ । ସରକାରଙ୍କ ଦୂର ସଞ୍ଚାର ବିଭାଗ ପକ୍ଷରୁ ମୋବାଇଲ ଟାୱାର ସ୍ଥାପନ ପାଇଁ ପଡ଼ାକୁ ପଡ଼ା ଗ୍ରାମ, ଅତି ନିକଟବର୍ତ୍ତୀ ଗ୍ରାମକୁ ଗ୍ରାମ ଯୋଗାଯୋଗ ପାଇଁ ସ୍ଥାପନ କରି ଚାଲିଛନ୍ତି । କିନ୍ତୁ ଅତି ଦୁଃଖର ବିଷୟ ଥୁଆମୂଲ ରାମପୁର ବ୍ଲକ ର ଅତି ପୁରାତନ ଗଡ଼ଜାତ ରାଜା ରାଜୁଡ଼ା ଅମଳରୁ ବସତି ସ୍ଥାପନ କରି ରହିଆସିଛନ୍ତି ଏହି କର୍ଲାପାଟ ଗ୍ରାମ । ଏଠାରେ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଖଣ୍ଡୁଆଲ ମାଳି ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗ୍ରାମ । ଏହି ଗ୍ରାମରେ କର୍ଲାପାଟ ଗ୍ରାମପଞ୍ଚାୟତ ର ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଅଛି, ଏକ ହାଇସ୍କୁଲ ଅଛି, ସମବାୟ ସମିତି କାର୍ଯ୍ୟାଳୟ , ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଫିସ ଗୃହ , ଆୟୁର୍ବେଦିକ ଚିକିତ୍ସାଳୟ , ଉପ ସ୍ୱାସ୍ଥ୍ୟକେନ୍ଦ୍ର , ଜଙ୍ଗଲ ବିଭାଗ ପକ୍ଷରୁ ଫରେଷ୍ଟ ଅଫିସ, ଅଙ୍ଗନୱାଡ଼ି କେନ୍ଦ୍ର , ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଥାନା କାର୍ଯ୍ୟାଳୟ ରହିଛି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏକ ମୋବାଇଲ ଟାୱାର ନ ଥିବା ଯୋଗୁଁ ସମସ୍ତ ଅଫିସ ଖାଁ ଖାଁ ହୋଇ ନିରବ ହେଉଛି ତା ସାଙ୍ଗକୁ ଅଫିସ କାର୍ଯ୍ୟରେ ମଧ୍ୟ ବାଧାପ୍ରାପ୍ତ ହେଉ ଥିବାରୁ ସମସ୍ତ ବିଭାଗ କର୍ମଚାରୀ ମାନେ ମଧ୍ୟ ରହିବାକୁ ପସନ୍ଦ କରୁ ନାହାନ୍ତି । ଓଡ଼ିଶା ଇତିହାସରେ ବର୍ଣ୍ଣିତ ଖଣ୍ଡୁଆଲ ମାଳି ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀ ଅବସ୍ଥିତ , ଏବଂ କର୍ଲାପାଟ ଅଭୟାରଣ୍ୟ ଯୋଗୁଁ ଓଡିଶା ମାନଚିତ୍ରରେ ନାମିତ ହୋଇଛି। ଏହି ଗ୍ରାମ ଭବାନୀପାଟଣା ଠାରୁ ପ୍ରାୟ ୪୦ କି, ମି ଓ ଥୁଆମୂଲ ରାମପୁର ରୁ ମଧ୍ୟ ୪୦ କି, ମି ଦୂର ରେ ଥିଲେ ମଧ୍ୟ କର୍ଲାପାଟ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ୁଛି । କର୍ଲାପାଟ ଠାରୁ ମାତ୍ର ୬ କିଲୋମିଟର କର୍ଲାପାଟ ଛକ ରେ ଜିଓ ନେଟୱାର୍କ ସବୁ ସମୟରେ ବ୍ୟବହାର କରି ହେଉଛି । କିନ୍ତୁ କର୍ଲାପାଟ ଗ୍ରାମକୁ ଲାଗି ବଡ଼ ଟିକ୍ରାଗୁଡ଼ା , ସୁରୁମେଲ ଗ୍ରାମ , ଜିଲ୍ଲା ଗାଁ , ସନ୍ଧିମୁଣ୍ଡା,ଓ ତାଡ଼ିଂପଦର୍ ଏହିଭଳି ୭ଟି ଗ୍ରାମର ଗ୍ରାମବାସୀ ଗାଆଁରେ ନେଟ ୱାର୍କ ପାଉ ନ ଥିବାରୁ ହଠାତ୍ ଆମ୍ବୁଲାନ୍ସ ସେବା ଏମିତି କି କାହାର ପ୍ରସବ ଯନ୍ତ୍ରଣା ଅନୁଭବ ହେଲେ ହଠାତ୍ ଆମ୍ବୁଲାନ୍ସ କୁ ଫୋନ୍ କରିବାକୁ ହେଲେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବା ବେଳେ ଅନଲାଇନ୍ ସମ୍ପର୍କୀୟ କୌଣସି ସୂଚନା ପାଇପାରୁ ନାହାନ୍ତି । ସରକାର ବର୍ତ୍ତମାନ ପ୍ରତି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ କ୍ଲାସ ଆରମ୍ଭ ହେବ ବୋଲି କମ୍ପ୍ୟୁଟର ର ବ୍ୟବସ୍ତା କରିଛନ୍ତି କିନ୍ତୁ ନେଟୱାର୍କ ନ ଥିବାରୁ କମ୍ପ୍ୟୁଟର ଶିକ୍ଷା ଅଧ୍ୟୟନ ନିମନ୍ତେ ଛାତ୍ର ଛାତ୍ରୀ ବଞ୍ଚିତ ହେଉଛନ୍ତି । ତା ସହିତ ସରକାରୀ ସ୍ତରରେ ବର୍ତ୍ତମାନ ଅନଲାଇନ୍ ମାଧ୍ୟମରେ ଥାନାରେ ଏଫ, ଆଇ , ଆର୍ ଘୋଷଣା କରିଛନ୍ତି ତାହା ମଧ୍ୟ ଏହି ନେଟୱାର୍କ ନ ଥିବା ଯୋଗୁଁ ସବୁ ବିଫଳ ହେଉଛି । ଟିକିଏ ଫୋନ୍ କରିବା ପାଇଁ ୫କିଲୋମିଟର ଗଲେ ଯାଇ ଫୋନରେ କଥା ହୋଇପାରୁ ଛନ୍ତି । ଯଦି ବା ଗାଁ ପାଖରେ କିଛି ଦୂର ଗଲେ କାଁ ଭାଁ କଥା ହୋଇ ପାରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ଭାବରେ ହୋଇ ପାରୁ ନାହାଁନ୍ତି। ସବୁ ଥାଇ ମଧ୍ୟ କିଛି କାମକୁ ଆସୁନାହିଁ ବୋଲି ଅଂଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ନୂତନ ସରକାର ଆସିବା ପରେ ଅଞ୍ଚଳ ବାସୀ ଙ୍କ ମନରେ ଏକ ପ୍ରକାର ଖୁସି ଅନୁଭବ ଆଶା ରଖି ନେଟୱାର୍କ ଟାୱାର ଗୋଟିଏ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଆଶା ରଖୁଛନ୍ତି ଓ ଏହି ଭଳି ଗଣ ମାଧ୍ୟମ ଜରିଆରେ ପ୍ରଶାସନଙ୍କ ପାଖରେ ଦାବୀ କରୁଛନ୍ତି ।

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଇକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ