ଟିକାବାଲି ମହୋତ୍ସବ -୨୦୨୬ ଉଦ୍ଘାଟିତ

Mar 31, 2026 - 15:48
 0  24
ଟିକାବାଲି ମହୋତ୍ସବ -୨୦୨୬ ଉଦ୍ଘାଟିତ

ଟିକାବାଲି- ତା ୩୧/୩/୨୦୨୬/(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ପାରମ୍ପରିକ ଲୋକଳାକାର ମହାସଂଘ,ଓ ବ୍ଲକ କଳା ସଂକୃତି ସଂଘ ତରଫରୁ ଟିକାବାଲି ସ୍ଥିତ ହାଇସ୍କୁଲ ପଡିଆରେ ଆଜି ଟିକାବାଲି ମହୋତ୍ସବ ର ଶୁଭ ଉଦ୍ଘାଟନ ଉତ୍ସବ ଅତି ନିଆରା ଡ଼ଙ୍ଗରେ ଅନୁଷ୍ଠିତ ହୋଇଛି l ହାଇସ୍କୁଲ ପଡ଼ିଆରୁ ଏକ ବିରାଟ ପଟୁଆରରେ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ ସନ୍ଧ୍ୟା ରେ ସାଂକୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତ୍ର ୧୦ ଘଣ୍ଟିକା ସମାପ୍ତ ହୋଇଥିଲା ଆଜିର ସନ୍ଧ୍ୟା ରେ" ମା ମଣ୍ଡଙ୍ଗି, ସାଲାରବାଡି, ସବେରୀ ପେନୁ, ରାଜେନ ବାଡି, ତଗାସୁଗା ଶିଙ୍ଗ ନୃତ୍ୟ ଓ ଖଞ୍ଜଣୀ ନୃତ୍ୟ ସମେତ, କଲେଜ, ହାଇସ୍କୁଲ, ଏସ୍ଟି ଜନ ଇଂଲିଶ ମିଡିୟମ ର ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ ପ୍ରଥମ ଦିନ ସୁରୁଖୁରୁରେ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିବା ବେଳେ ଏଜେଣ୍ଡା ତ୍ରୁଟି ପାଇଁ ମହୋତ୍ସବ ଆୟୋଜନ ର ମୁଖ୍ୟ ବୁଲୁ ଡିଗାଲ କିଛି ସମୟ ପାଇଁ ବିଶୃଙ୍ଖଳା ପରିବେଶ ସୃଷ୍ଟି କରିଥିଲେ ଆଜିର ଏହି ଉତ୍ସବ ମୁଖ୍ୟ ଅତିଥିଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲୀପ କଂହର, ସମ୍ନାନୟୀ ଅତିଥି ଭାବେ ଟିକାବାଲି ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ବିଷ୍ଣୁ ଗୋବିନ୍ଦ, ଗୋଷ୍ଠୀଉନ୍ନୟନ ଅଧିକାରୀ ଖଜୁରୀପଡା ଶ୍ରୀ ଦତ୍ତାତ୍ରୟ ବାହିନୀପତି,ଟିକାବାଲି ତହସିଲଦାର ଶ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁନୀଲ ମଳିକ,ଟିକାବାଲି କଲେଜ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତି,କଇଁଝର ସରପଞ୍ଚ ଶ୍ରୀମତୀ ରୁନିତା କଂହର, ବୁର୍ବିନାଯୁ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ, ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ବିଜେନ୍ଦ୍ର ପ୍ରଧାନ, କଳାକାର ମହାସଂଘ, କନ୍ଧମାଳ,ଟିକାବାଲି ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଦିଗାଲ ( ବୁଲୁ )ଙ୍କ ସମେତ ଅଞ୍ଚଳର ଅନେକ କଳାକାର ଏବଂ ବୁଦ୍ଧିଜୀବି ମାନଙ୍କ ଉପସ୍ଥିତ ରେ ଟିକାବାଲି ଉତ୍ସବ ପ୍ରଥମ ଥର ପାଇଁ ଅତି ସୁନ୍ଦର ଏବଂ ଅନନ୍ୟ ରୂପେ ପାଳିତ ହୋଇଛି l ଏହି ଉତ୍ସବ ବିଳମ୍ୱ ହୋଇଥିଲେ ସୁଦ୍ଧା ଅଞ୍ଚଳ ପାଇଁ ସବୁଆଡ଼ୁ ଖୁସି ଓ ଶୁଭସଂକେତ ର ସୁଅଛୁଟି ବାରେ ଲାଗିଛି l ଦର୍ଶକଙ୍କ ଭିଡ଼ ମଧ୍ୟରେ ଅତି ସୁନ୍ଦର ପାରମ୍ପରିକ ଲୋକ କଳା ଏବଂ ସଂଗୀତ ର ତାଳେ ତାଳେ ଝୁମିବାରେ ନାଚିବାରେ ପୁରା ମଞ୍ଚ କୁ ଧୂଲେକେଇ ଥିଲେ ଅନେକ କଳାକାର l ଏପରି ଲୋକକଳା ସଂସ୍କୃତି, ଏବଂ ଭାଇଚାରା ର ପର୍ବ ଟିକାବାଲି ମହୋତ୍ସବ କୁ ଅନେକ ଶୁଭେଚ୍ଛା ସହିତ ପ୍ରତି ବର୍ଷ ଯେପରି ପାଳିତ ହୋଇ ପାରିବ ସେଥିପାଇଁ ଦର୍ଶକଙ୍କ ମନରେ ଉତ୍ସାହ ଜାଗ୍ରତ ସୃଷ୍ଟି କରିଛି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ