।। ଟଣ୍ଟୋସ୍ଥିତ ପେଟ୍ରୋଲ ପମ୍ପ ଭିତରକୁ ପଶିଲା ଟ୍ରଲର, ଚାଳକ ଗୁରୁତର ।।

Jun 25, 2024 - 12:12
 0  36
।। ଟଣ୍ଟୋସ୍ଥିତ ପେଟ୍ରୋଲ ପମ୍ପ ଭିତରକୁ ପଶିଲା ଟ୍ରଲର, ଚାଳକ ଗୁରୁତର ।।

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଟଣ୍ଟୋସ୍ଥିତ ଏକ ପେଟ୍ରୋଲ ପମ୍ପ ଭିତରକୁ ଏକ ଟ୍ରଲର ପଶି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଟ୍ରଲର ତେଲ ପକାଇବାକୁ ପମ୍ପ ଭିତରକୁ ଯାଉଥିବା ବେଳେ ତାହା ତେଲ ଟାଙ୍କି ଅତିକ୍ରମ କରି ଅଫିସ ଭିତରକୁ ପଶି ଯାଇଥିଲା। ଫଳରେ ଅଫିସ ଭାଙ୍ଗି ଯାଇଥିବା ବେଳେ ଟ୍ରଲର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଳକ ଜଣକ ଗାଡି ଭିତରେ ଫସି ରହିଥିବା ବେଳେ ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡବିଲ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ