ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

Mar 10, 2025 - 23:35
 0  8
ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୁଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ କରଙ୍ଗାମାଲ ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା L ଏଥିରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ସରିତା ଗୁପ୍ତା, ସ୍ଥାନୀୟ ସରପଞ୍ଚ ରାମଲାଲ ପଣ୍ଡା, ଭୋକାଲ୍ ସରପଞ୍ଚ ଠାକୁର ବାଗ, ବାବେବିର ସରପଞ୍ଚ ଯୁଗେଶ୍ୱର ପାଣ୍ଡେ, ଲର୍କା ସରପଞ୍ଚ ଜୟଶ୍ରୀ ପଟେଲ୍ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ L ଏହି ପଞ୍ଚାୟତର 3 ଗୋଟି ପରିବାର ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 300 ଦିନରୁ ଅଧିକ ଶ୍ରମ ଦାନ କରି ଲକ୍ଷପତି ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପଢୌକନ ପୁଷ୍ପ ଗୁଚ୍ଛ ଓ କୋଦାଳ ଦେଇ କରତାଳି ମଧ୍ୟରେ ସମ୍ବର୍ଦ୍ଧିତ କରଯାଇଥିଲା L ଲେଶୁନପାଲି ଗାଁର 13 ଜଣ ଆଦିବାସୀ ପରିବାରଙ୍କୁ ସେମାନେ କ୍ଷେତ ସଜାଇ ଥିବା ଜଙ୍ଗଲ ଜମୀ ର ପଟ୍ଟା ବଣ୍ଟନ କରାଯାଇଥିଲା I ସଭାରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ L ମହୁଲପଡା ସେବାଶ୍ରମ ଓ କରଙ୍ଗାମାଲ ସେବାଶ୍ରମର ଛାତ୍ରୀ ମାନେ ଦାଦନ ଶ୍ରମିକ ସଚେତନତା ପାଇଁ ନାଟିକା ଓ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେଯେ,ନିଜ ଗାଁ ରେ ବି ରହି ଶ୍ରମ ଦାନ କରି ଏବେ ଜଣେ ଲକ୍ଷପତି ହୋଇ ପାରୁଛି। ଏହାସହିତ ଚାଷବାସ କରି ଜଣେ ସ୍ୱଚ୍ଛଳ ଜୀବନ ଯାପନ କରି ପାରିବ। କରଙ୍ଗାମାଳ ପଞ୍ଚାୟତକୁ ସମସ୍ତେ ମିଶି ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ପଣ କରିବା । ଶେଷରେ ସରପଂଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ L ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ I ପୂର୍ବରୁ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଡୋଟୋ ଗାଁର ନବଜାତକ ଶିଶୁ କନ୍ୟା ଯୁଗେଶ୍ୱରୀ , ପିତାମାତା ନିରଞ୍ଜନ ବାଗ ଓ ଝରଣା ବାଗ ଘରକୁ ଜିଲ୍ଲାପାଳ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହିତ ଯାଇ ନବ ଜାତକକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । କନ୍ୟାର ବାପା ମାଙ୍କୁ ଉପହାର ପ୍ରଦାନ କରି ସେମାନଙ୍କ ଦ୍ୱାରା ନୂତନ ବୃକ୍ଷ ରୋପଣ କରାଇଥିଲେ L ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳା ଦୀପାଞ୍ଜଳୀ ବାଗ ଏବଂ ଜାହ୍ନବୀ ବାଗଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ L ଜିଲ୍ଲାପାଳ ଏମାନଙ୍କ ପରିବାର ଲୋକଙ୍କୁ ଗର୍ଭବତୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମବାସୀମାନଙ୍କ ଉତ୍ସାହ ଦେଖି ଅତିଥି ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ L ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଡୋଟୋ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା L ଏହାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ପ୍ରୋଗ୍ରମ୍ ଅଫିସର୍ ନମିତା ପାଢ଼ୀ, ବୋଡ଼େନ ସିଡିପିଓ ପ୍ରମୁଖ ଅୟୋଜନ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ