ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନର ଦ୍ଵିବାର୍ଷିକ ସମ୍ମିଳନୀ, ଆସନ୍ତା ୨ ବର୍ଷ ପାଇଁ ନୂତନ କମିଟି ଗଠିତ, ଭୂପାଳ ବେହେରା ସଭାପତି, ବିଜୟ ବରାଡ ସାଧାରଣ ସମ୍ପାଦକ

Oct 30, 2026 - 18:28
 0  54
ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନର ଦ୍ଵିବାର୍ଷିକ ସମ୍ମିଳନୀ, ଆସନ୍ତା ୨ ବର୍ଷ ପାଇଁ ନୂତନ କମିଟି ଗଠିତ, ଭୂପାଳ ବେହେରା ସଭାପତି, ବିଜୟ ବରାଡ ସାଧାରଣ ସମ୍ପାଦକ

ଝାରସୁଗୁଡ଼ା,୩୦/୧୦( ଫାଷ୍ଟ ନ୍ୟଜ ଓଡ଼ିଶା)- ଓଡ଼ିଆ ୟୁନିଅନ ଅଫ ଜର୍ନାଲିଷ୍ଟ (ଓୟୁଜେ) ଦ୍ୱାରା ଅନୁବନ୍ଧିତ ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନର ଦ୍ଵିବାର୍ଷିକ ସମ୍ମିଲନୀ ଓ ନୂତନ କମିଟି ଗଠନ ସ୍ଥାନୀୟ ହକି ଷ୍ଟାଡିୟମ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ଉପନ ଚରଣ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ହକି ସଂଘ ର ଉପସଭାପତି ଜୀବନ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ରାଜ୍ୟ ସାମ୍ବାଦିକ ୟୁନିଅନର ସାଂଗଠନିକ ସଂପାଦକ ସୁକାନ୍ତ ସାହୁ ଓ ଜିଲ୍ଲା ସଂଘର ପୂର୍ବତନ ସଭାପତି ତ୍ରିଲୋଚନ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ସାଧାରଣ ସମ୍ପାଦକ ଭରତ ପାତ୍ର ବିବରଣୀ ପଠନ କରିଥିଲେ l ସଂଘର ଏକତା କୁ ବଜାୟ ରଖି ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ l ଏଥିରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଙ୍କ ମାର୍ଗଦର୍ଶନରେ ସଂଘର କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ l ଏ ଅବସରରେ ଆସନ୍ତା ୨ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଥିଲା l ଏଥିରେ ପୂର୍ବତନ ସଭାପତି ତ୍ରିଲୋଚନ ଦାଶ ନିର୍ବାଚନ ଅଧିକାରୀ ଦାୟିତ୍ୱ ନିର୍ବାହ କରିଥିଲେ l ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ଭୂପାଳ ଚନ୍ଦ୍ର ବେହେରା ଙ୍କୁ ସଭାପତି ଓ ବିଜୟ ବରାଡ ଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା l ଏହାସହ ପ୍ୟାରେଲାଲ ଶ୍ରୀବାସ୍ତବ ଓ ବିଜୟ ସାହୁ ଙ୍କୁ ଉପସଭାପତି, କୁଞ୍ଜ ବିହାରୀ ପଟେଲ ଓ ଦେବୁନ ବକ୍ସି ଙ୍କୁ ସହ ସମ୍ପାଦକ ଓ ଡିଲେଶ୍ଵର ବାଗ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୟନ କରାଯାଇଥିଲା l କାର୍ଯ୍ୟକାରୀ କମିଟି ରେ ସଞ୍ଜୟ ବାହୁବଲେନ୍ଦ୍ର, ରବି ସାହୁ, ଅଜୟ ଶର୍ମା, ଦେବେନ୍ଦ୍ର ବେହେରା, ଆକୁଳି ବେହେରା, ମନୋଜ ସାହୁ ଓ ଆଶ୍ରିତ ସାହୁ ଙ୍କୁ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ମନୋନୀତ କରାଯାଇଛି l ଏହାସହ ଜୀବନ ମହାନ୍ତି, ଉପନ ଚରଣ ସାହୁ, ରିତେଶ ଶର୍ମା, ଭରତ ପାତ୍ର, ଶେଖର ବିଶି, କୀର୍ତ୍ତି ଚନ୍ଦ୍ର ବହିଦାର, ମହେନ୍ଦ୍ର ସାଏ,ସଞ୍ଜୟ ପାଣିଗ୍ରାହୀ, ଆର୍ତ୍ତତ୍ରାଣ ସାହୁ, ପ୍ରଶାନ୍ତ ମହାନ୍ତି, ବସନ୍ତ ଜେନା, ଭାଗିରଥୀ ସାହୁ, ବନବାସୀ ଗୌଡ଼, କୀର୍ତ୍ତି ଚନ୍ଦ୍ର ବହିଦାର, ସୁରେଶ ତ୍ରିପାଠୀ, ଭୁବନ କିଶୋର ତିୱାରୀ ପ୍ରମୁଖ ଙ୍କୁ ଉପଦେଷ୍ଟା ଭାବେ ମନୋନୟନ କରାଯାଇଥିଲା l ଏହି ସମ୍ମିଳନୀ ରେ ସମୀର ପଟେଲ, ପ୍ରକାଶ ପଧାନ, ବିରଞ୍ଚି ସ୍ୱାଇଁ, ନୀଳାମ୍ବର ସାହୁଙ୍କ ସହ ଅନ୍ୟ ସଦସ୍ୟ ଯୋଗଦେଇଥିଲେ l

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ