ଝଡ଼ବର୍ଷା ଯୋଗୁଁ ରାସ୍ତାରେ ବିରାଟ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

May 1, 2025 - 05:44
 0  104
ଝଡ଼ବର୍ଷା ଯୋଗୁଁ ରାସ୍ତାରେ ବିରାଟ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଥୁଆମୂଲ ରାମପୁର ୩୦/୪ ଗତରାତ୍ରି ବର୍ଷା ଓ ପବନ ଯୋଗୁଁ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ର ସାଇସୁର୍ଣି ଠାରୁ କେରପାଇ ଯିବା ରାସ୍ତା ର ନାକରୁଣ୍ଡି ପାଖରେ ଏକ ବିରାଟ ଆମ୍ବ ଗଛ ରାସ୍ତାରେ ପଡ଼ିଥିବାରୁ ଅଞ୍ଚଳବାସୀ ଯାତାୟତ ଅସୁବିଧା ଭୋଗୁଛନ୍ତି । ଆଜି ଅକ୍ଷୟ ତୃତୀୟା ଯୋଗୁଁ ଅଞ୍ଚଳର ଅନେକ ଜାଗାରେ ବାହାଘର ଚାଲିଛି ଏବଂ ଥୁଆମୂଲ ରାମପୁର ର ନୂତନ ନିର୍ମାଣ ହୋଇଥିବା ମାଁ ମାଣିକେଶ୍ୱରୀ ମନ୍ଦିର, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦୀର , ଓ ଦେବ ଦେବ ମହାଦେବଙ୍କ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ଯୋଗୁଁ ଅଞ୍ଚଳର ଜନସାଧାରଣ ଯାତାୟତ କରୁଥିବା ବେଳେ ସେମାନଙ୍କ ମୁଖ୍ୟ ରାସ୍ତାରେ ଗଛପଡ଼ି ସମସ୍ତଙ୍କୁ ଅସୁବିଧା ରେ ପକାଇଛି ଏଥିପାଇଁ ଜଙ୍ଗଲ ବିଭାଗ ଠୁ ଆରମ୍ଭ କରି ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ମଧ୍ୟ କର୍ଣ୍ଣପାତ କରିନଥିବା ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ପ୍ରଶାସନ ତ୍ୱରନ୍ତ ପଦକ୍ଷେପ ନେବାକୁ ଦାବି କରୁଛନ୍ତି ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ