ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

Mar 27, 2025 - 05:07
 0  9
ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

ନୂଆପଡା : ଆଜି ନୂଆପଡା ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର.ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସି ଡି ଏମ୍ ଓ ଡଃ ଧରଣୀଧର ସେନାପତି ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାରେ ଦୁର୍ଘଟଣାରେ ବହୁ ଅମୂଲ୍ୟ ଜୀବନ ଚାଲି ଯାଉଛି । ଏଥିପାଇଁ ଆମକୁ ସଚେତନତା ସହ ବ୍ୟବସ୍ଥାରେ ସୁଧାର ଆଣିବାକୁ ହେବ । ସମସ୍ତଙ୍କ ଜୀବନ ରକ୍ଷା କରିବା ପ୍ରଶାସନର ଦାୟିତ୍ଵ ଏବଂ କର୍ତବ୍ୟ ବୋଲି କହିଥିଲେ । ବୈଠକରେ ପୂର୍ତ ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଏବଂ ଏସପି ଆଗକୁ କିପରି ଜିଲ୍ଲାକୁ ଦୁର୍ଘଟଣାଶୂନ୍ୟ କରାଯିବ ସେ ଉପରେ ସମସ୍ତେ ଆଗକୁ ଆସି କାମ କରିବାକୁ ହେବବୋଲି ଆହ୍ୱାନ ଦେଇଥିଲେ । ଆମକୁ ସଚେତନ ହେବା ସହ ଅବସ୍ଥାରେ ସୁଧାର ଆଣିବାକୁ ହେବ । ଲୋକଙ୍କ ମାନସିକତାରେ ପରିବର୍ତନ ଆଣିବା ଜରୁରୀ ବୋଲି କହିଥିଲେ । ଜିଲ୍ଲାପାଳ କହିଲେଯେ ଆଗାମୀ ଦିନରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସହ ସପ୍ତାହର ପ୍ରତି ବୁଧବାର ଦିନ ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ ନୋ ପେଟ୍ରୋଲ) କଡ଼ାକଡ଼ି କରାଯିବ । ନାବାଳକ ଏବଂ ମଦ୍ୟପ ଗାଡିଚାଳକମାନଙ୍କ ଉପରେ ବିଶେଷ ନଜର ରଖାଯିବ। ଏକତା ଛକରେ ଖୁବଶିଘ୍ର ଅଟୋ ଟ୍ରାଫିକ ସିଗ୍ନାଲ ଲାଇଟ୍ ଲଗାଯିବ। ରାସ୍ତା କଡର ଅବୈଧ ପାର୍କିଂ ଗାଡ଼ି ଏବଂ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଉଠାଇବା ପାଇଁ ଏନ୍ଏ ସି ନୂଆପଡା ଗୋଟିଏ କ୍ରେନ୍ କିଣିବେ। ବର୍ଷାଦିନ ଆଗରୁ ସବୁ ପଟ୍ ହୋଲ୍ ମରାମତି ହେବ। ବିଜୁ ଏକ୍ସପ୍ରେସ ୱେ ରେ ଯେଉଁ ଜାଗା ମାନଙ୍କୁ ବେଶି ଦୁର୍ଘଟଣା ହେଇଛି ସେଇଠି ଜନ ସଚେତନତା ସୃଷ୍ଟି କରାଯିବ। ଦିନର ବ୍ୟସ୍ତ ସମୟ ରେ ସହରରେ ଭାରିଯାନ ଚଳାଚଳ ଉପରେ କଟକଣା ଲାଗିବ। ଜାତୀୟ ରାଜପଥ ୩୫୩ ଅନ୍ତର୍ଗତ ଖରିଆରରୋଡ ଏବଂ ନୂଆପଡା ସହର ରାସ୍ତାକଡର ଉଠାଦୋକାନ ଉଚ୍ଛେଦ କରାଯିବ । ଏହାପରେ ଡିଏମ୍ ଓଏସ୍ ଆର୍ ଟି ସି ନଚିକେତା ତାଣ୍ଡି ଜିଲ୍ଲାର ପରିବହନ କ୍ଷେତ୍ର ଏବଂ ବସ୍ ଷ୍ଟାଣ୍ଡ ମାନଙ୍କ ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଆମ ବସ୍ ମାନଙ୍କ ନୂତନ ରୁଟ୍ ଚାର୍ଟ,ବସଷ୍ଟାଣ୍ଡ ମାନଙ୍କରେ ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ମହିଳା ପୋଲିସ୍ ମୂତୟନ, ବେସରକାରୀ ବସ୍ ମାନଙ୍କ ଠାରୁ ପ୍ରବେଶ ଶୁଳ୍କ ଆଦାୟ, ବସ୍ ମାନଙ୍କରେ ସର୍ପ୍ରାଇଯ ଚେକିଂ, ଜଳଛତ୍ର ପରିଚାଳନା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥଲା।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବ୍ଲକ୍ ବିଡ଼ିଓ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶେଖ୍ ନସିମ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ,ପରିବହନ ଅଧିକାରୀ ମାନ ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମଭିଆଇ ଉପେନ୍ଦ୍ର କୁମାର ପୁସିକା, ପିଡବ୍ଲ୍ୟୁଡି ବିଭାଗ ସହ-ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ଗର୍ଡିଆ, ଟିଏସଆଇ ପ୍ରଜନା ପରିମିତା ଧଳ, ନୂଆପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ଖରିଆରରୋଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ,ଖରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, କ୍ଷିରୋଦ କୁମାର ପାଢ଼ୀ, ଯାଜ୍ଞସେନୀ ମହାପାତ୍ର, କଦମ, ବିଜୟ କୁମାର ରାଉତରାୟ, ସାମ୍ବାଦିକ ସଂଘ ତରଫରୁ ଘନଶ୍ୟାମ ଭୋଇ, ବେସରକାରୀ ବସ ଆସୋସିଏସନ ଖଡିଆଳ ସଭାପତି ରବିନ୍ଦ୍ର ସିଂ ଖଣ୍ଡୁଜା,ନୂଆପଡା ବସ ଆସୋସିଏସନ ସଭାପତି ପ୍ରକାଶ କୁମାର ସ୍ୱାଇଁ ,ଅକ୍ଷୟ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ