ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

Sep 21, 2025 - 20:42
 0  4
ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା - ତା :- ୨୧/୦୯/୨୦୨୫ ରିଖ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ଉଭୟ ବାଳକ ବାଳିକା ବିଭାଗର ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମ୍ୟ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଯୋଗ ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ I ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ପ୍ରତିଯୋଗିତାର ନିୟମାବଳୀ ଉପରେ ଆଲୋକପାତ କହିଥିଲେ l

ଅତିଥିଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସୋମନାଥ ସିଂହ, ବାରିପଦା ବ୍ଲକ ନୋଡାଲ ପି ଇ ଟି କଳ୍ପନା ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୮୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ବିଚାରକ ଭାବେ ଜ୍ୟୋତିରଞ୍ଜନ ଦାସ, ସରୋଜ ରାମ, ମନୋଜ ରାମ, ମୋନା ଦାସ, ହିମାନୀ ପାତ୍ର, ଅଙ୍କିଶା ବରାଳ, ସ୍ୱରୂପା ସାହୁ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରେ ମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବେ l କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଦୀପକ ରାମ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡା ଶିକ୍ଷକ ଅଭିଷେକ ବେହେରା, ଛାତ୍ରାବାସର ୱାର୍ଡେନ ସରୋଜ କୁମାର ସାବତ ଓ କର୍ମଚାରୀମାନେ ସହଯୋଗ କରିଥିଲେ l

ବାରିପଦାରୁ -ଗୌର ଦାସଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ