*ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ*

Nov 21, 2024 - 06:37
 0  11
*ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ*

ବାରିପଦା : ୨୦.୧୧.୨୦୨୪ // ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟକଲେଜ ପଡିଆ ଠାରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପନ ସମାରୋହରେ ମାନ୍ୟବର ରାଜ୍ୟସଭା ସାଂସଦ, ଶ୍ରୀମତୀ ମମତା ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଲୋକସଭା ସାଂସଦ, ନଵଚରଣ ମାଝୀ, ମାନ୍ୟବର ବିଧାୟକ ଉଦଳା, ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ରାଇରଙ୍ଗପୁର, ଶ୍ରୀ ଜଳେଣ ନାଏକ, ମାନ୍ୟବର ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ, ବିଶିଷ୍ଟ ସମାଜସେବୀ, ସୁଖଦା ମୁର୍ମୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡଃ କଳ୍ପତରୁ ସ୍ୱାଇଁ, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସିନଥିଲେ। ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କଳ୍ପତରୁ ସ୍ୱାଇଁ ,ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ମାନସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଦରେ ଆଲୋଚନା କରଯାଇଥିଲା। ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗି ପରାମର୍ଶ ପ୍ରଦାନ କରିଥିଲେ।ଚାଷୀ ଭାଇ ଭଉଣୀ ମାନଙ୍କୁ ଉତ୍ସିତ କରିବା ପାଇଁ ପାଲ୍ଲା ନାଟକ ମାଧ୍ୟମରେ ହିତାଧିକାରୀଙ୍କୁ ସଚେତନତା କରାଯାଇଥିଲା ।

ବାରିପଦାରୁ - ଗୌର ଦାସ ଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ