ଜିଲ୍ଲାସ୍ତରୀୟ କୁଇଜ,ବକ୍ତୃତା,ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Jun 22, 2025 - 19:37
Jun 22, 2025 - 19:46
 0  7
ଜିଲ୍ଲାସ୍ତରୀୟ କୁଇଜ,ବକ୍ତୃତା,ପ୍ରବନ୍ଧ ଓ  ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ର ଅଧୀକ୍ଷକ ପ୍ରଶାନ୍ତ କୁମାର କହଁର ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ବାରିପଦା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ଉପଲକ୍ଷେ ଜିଲ୍ଲାସ୍ତରୀୟ କୁଇଜ,ବକ୍ତୃତା,ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l କୁଇଜ ପ୍ରତିଯୋଗିତାରେ ଠାକୁରମୁଣ୍ଡା ବ୍ଲକ ଓଏଭି, ଦିଗଧର ର ମୃତୁଞ୍ଜୟ ଦାଶ,ଜାମଦା ବ୍ଲକ ଓଏଭି ପାଶନାର ଶୁଭମ ଶେଖର ଦାସ, କୁସୁ୍ମୀ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ହାଟବାଦ୍ରା ର ଇସ୍ତା ପ୍ରସାଦ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶୁଭେନ୍ଦୁ ସେଠୀ, ଗୋପବନ୍ଧୁ ନଗର ବ୍ଲକ ଓଏଭି, ଟିଟିଆ ର କ୍ଷୀରୋଦ କୁମାର ନାଏକ, ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ହୃଦାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ, ତମ୍ବାଖୁରୀ ର ଶ୍ରୀୟାଂଶୁ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ କପ୍ତିପଦା ବ୍ଲକ ଓଏଭି, ଭାଲୁବସା ର ତନୁକ୍ରୀଷ୍ଣା ମହଲା, ବାରିପଦା ସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାଚୀ ତନୟା ଦାସ, ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଚନ୍ଦ୍ରଲେଖା ମାରୀନଗଣ୍ଟି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ବକ୍ତୃତା ପ୍ରତିଯୋଗିତା ରେ ଓଏଭି ମୋରଡା ର ପ୍ରଭୁପଦ ନାୟକ,କୁସୁ୍ମୀ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ହାଟବାଦ୍ରାର ପୁଷ୍ପାଞ୍ଜଳି ବାରିକ, ସରସକଣା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଝାରପୋଖରୀଆ ର ଅଙ୍କନପ୍ରଭା ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ଏହି ପ୍ରତିଯୋଗିତା କୁ ବାରିପଦା ଉପଖଣ୍ଡ ଅବକାରୀ ବିଭାଗର ଉପଅଧୀକ୍ଷକ ତପସ୍ୱିନୀ ନାଏକ ଓ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ବିଭାଗର ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରା ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ପ୍ରତିଯୋଗିତା ଗୁଡିକୁ ଉଦଘାଟନ କରିଥିଲେ l ପରିଶେଷରେ କୃତୀପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ବାରିପଦା ରେଞ୍ଜ ନିରୀକ୍ଷକ ସ୍ୱପ୍ନାରାଣୀ ସାହୁ,ମୋବାଇଲ ବିଭାଗ -୧ ନିରୀକ୍ଷକ ଶ୍ରୀଧର ମହାନ୍ତି, ରାଇରଙ୍ଗପୁର ରେଞ୍ଜ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ, କରଞ୍ଜିଆ ରେଞ୍ଜ ନିରୀକ୍ଷକ ସଞ୍ଜୟ କୁମାର କାଣ୍ଡି, ବାରିପଦା ସଦର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ବ୍ରଜ ମଲ୍ଲିକ, କରଞ୍ଜିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମି ରଞ୍ଜନ ନାଏକ, ବେତନଟୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ସାହୁ, ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ଠାକୁରମୁଣ୍ଡା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଭାରତୀ ନାୟକ, ଉଦଳା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶୁଭଦର୍ଶନୀ ସାହୁ, ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ସବର ଯୋଗ ଦେଇଥିଲେ l ଜିଲ୍ଲା ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ବିଚାରକ ଭାବେ ଶିକ୍ଷକ ମହେନ୍ଦ୍ର ନାଥ ଦଣ୍ଡପାଟ,ବସନ୍ତ ଦତ୍ତ, ନୟନ କୁମାର ଗିରି,ଦୀପକ ରାମ, ଶିକ୍ଷୟିତ୍ରୀ ଅତସୀ କୁଣ୍ଡୁ, ମୌସୁମୀ ଦୀକ୍ଷିତ, ଜ୍ୟୋତି କର୍ମକାର ପ୍ରମୁଖ ଯୋଗ ଦେଇଥିଲେ l ଆୟୋଜକ ବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ରାଜୀବ ଲୋଚନ ଜେନା, ଶାନ୍ତନୁ ଦାସ, ପ୍ରବୀଣ କୁମାର ଚାନ୍ଦ, ଅର୍ଜୁନ କୁମାର ଜେନା, ମୃତ୍ୟୁଞ୍ଜୟ ମହାନ୍ତ, ସ୍ମୃତି ରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ବାରିପଦାରୁ -ଗୌର ଦାସଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ