ଜିଲ୍ଲା ସ୍ତରୀୟ ଯୋଗ ଆସନ ପ୍ରତିଯୋଗିତା ଅନୁଷ୍ଠିତ

Jun 20, 2025 - 20:06
 0  66
ଜିଲ୍ଲା ସ୍ତରୀୟ ଯୋଗ ଆସନ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୦.୦୬.୨୦୨୫ ରିଖ: ସ୍ଥାନୀୟ ଷ୍ଟାଡିୟମ ପରିସରରେ ଥିବା ଇଣ୍ଡର ଷ୍ଟାଡିୟମ ରେ ଯୋଗାସନ ସ୍ପୋର୍ଟସ ଏକାଡେମୀ ଏବଂ ପେଞ୍ଚକ ସିଲଟ ସଂଘ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗ ଆସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ! ଏଥିରେ ବିଭିନ୍ନ ବର୍ଗ ବୟସ ର ପ୍ରତିଯୋଗୀ ଭାଗ ନେଇଥିଲେ ! ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ! ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସ୍ଵତନ୍ତ୍ର ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ,ମାରାଥନ ଖେଳାଳୀ ଚିତ୍ତରଞ୍ଜନ ପାତ୍ର, ଅଧ୍ୟାପକ ଅଖିଳ ଭଟ୍ଟ,ଆଶକିରଣ ଅଧକ୍ଷ ଜଗନ୍ନାଥ ବେହେରା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ! ଯୋଗାସନ ପ୍ରତିଯୋଗିତାରେ ବିଚାରକ ଭାବରେ ଯୋଗ ଗୁରୁ କୃଷ୍ଣ ମହୋନ ପଟ୍ଟନାୟକ, ଶ୍ରିବାଣି ତ୍ରିପାଠୀ, ଅଳକା ଜବନି ଜୀବିକା ଏବଂ ରିମଝିମ୍ ସିଂ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଅଫିସିଆଲ୍ ଭାବରେ ଶାନ୍ତିଲତା ପଟ୍ଟନାୟକ, ତିଳୋତ୍ତମା ପଟ୍ଟନାୟକ, ହିମାଂଶୁ ପଟ୍ଟନାୟକ, ଆଶୁତଶ ପୂଜାରୀ, ତ୍ରିପତି ବେହେରା ଏବଂ ୱାଣି ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ! ଏ ସମସ୍ତ କାର୍ଯ୍ୟକ୍ରମ ପେଞ୍ଚାକ ସିଲଟ ଅନୁଷ୍ଠାନ ର ସମ୍ପାଦକ ହରିଶ ବେହେରା ପରିଚାଳନା କରିଥିଲେ ! ସୂଚନା ଯୋଗ୍ୟ ଯେ ଅନ୍ୟ ମାନଙ୍କ ସହ ସିନ୍ଧିଗୁଡ଼ା ଉତ୍କଳ ବାଲାଆଶ୍ରମ ଏବଂ ମାଝିଗୁଡ଼ା ଉତ୍କଳ କନ୍ୟାଶ୍ରମ ର ଅନ୍ତେବାସୀ ପ୍ରତିଯୋଗିତାରେ ଭାଗ ନେଇଥିଲେ ! ଏହି ଖବର ପ୍ରସାରିତ ହେବା ପରେ କ୍ରୀଡ଼ାପ୍ରେମୀ ଉଦ୍ୟକ୍ତା ଙ୍କୁ ପ୍ରଶଂସା କରିଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ