ଜିଲ୍ଲା ସ୍ତରୀୟ ମେଗା ନିଯୁକ୍ତି ମେଳା ୨୦୨୫-୨୬
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୪.୦୨.୨୦୨୬ ରିଖ : ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ,ନବରଙ୍ଗପୁର ଦ୍ୱାରା ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ଖେଳପଡ଼ିଆରେ ଏକ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା ! ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ବରେଣ୍ୟ ଅତିଥି,ସଭାର ସଭାପତି ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ,ମାନ୍ୟବର ସାଂସଦ ଲୋକସଭା ଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଏବଂ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ତଥା ଆବାହକ ଆନନ୍ଦ ଚନ୍ଦ୍ର ପଲେଇ ପ୍ରମୁଖ ମଞ୍ଚା ସିନ ଥିଲେ ! ଏହି ମେଗା ନିଯୁକ୍ତି ମେଳାରେ ସମସ୍ତ ୧୦ ଟି ବ୍ଲକ ରୁ ୧୭୦୦ ରୁ ଅଧିକ ନିଯୁକ୍ତି ଆଶାୟୀ ଅଂଶଗ୍ରହଣ କରିଥିଲେ ! ସେହିପରି ଓଡ଼ିଶା ଏବଂ ଓଡ଼ିଶା ବାହାରୁ ୨୫ ରୁ ଅଧିକ ନିଯୁକ୍ତିଦାତା ଏବଂ ୨୦ ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିଥିଲେ ! ନିଯୁକ୍ତି ସୁଯୋଗ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ୧୩୦୦ ରୁ ଅଧିକ ନିଯୁକ୍ତି ପ୍ରତ୍ୟାଶୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା ! ୨୫ ରୁ ଅଧିକ ନିଯୁକ୍ତି ପ୍ରତ୍ୟାଶୀଙ୍କୁ ଘଟଣାସ୍ଥଳରେ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ! ବରେଣ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ଜିଲ୍ଲାର ଯୁବା ବର୍ଗଙ୍କୁ ନିଯୁକ୍ତି ମେଳା ରେ ବିଭିନ୍ନ ନିଯୁକ୍ତିକାରି ସଂସ୍ଥା ନିକଟରେ ନିଜର ପ୍ରତିଭାକୁ ଉଚିତ ମାର୍ଗରେ ପ୍ରଦର୍ଶନ ସହ ଉପଯୁକ୍ତ ତାଲିମ ଗ୍ରହଣ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ର ଉଦାହରଣ ହୁଅନ୍ତୁ ! ଏହା ସହିତ ଚାକିରି ତଲାସରେ ନିଜର ସମୟ ନଷ୍ଟ ନ କରି କୌଣସି ଆତ୍ମ ନିଯୁକ୍ତି ଉଦ୍ୟୋଗ କରି ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇ ପ୍ରଶଂସାର ପାତ୍ର ହେବାପାଇଁ କହିଥିଲେ !ଜିଲ୍ଲାପାଳ ଆଶାୟୀ ପ୍ରାର୍ଥୀମାନଙ୍କୁ କେବଳ ପାଠ ପଢି ଚାକିରି ପଛରେ ନ ଦୌଡ଼ନ୍ତୁ ବରଂ ଦକ୍ଷତା ବିକାଶ , ଯୋଗାଯୋଗ କୁଶଳତା ,ସମୟ ପରିଚାଳନା ଉପରେ ଗୁରୁତ୍ବ ଦେଇ ନିଜର ଆତ୍ମବିଶ୍ୱାସ କୁ ଦୃଢ଼ କରନ୍ତୁ ! ଯେଉଁ କ୍ଷେତ୍ରରେ ରୁଚି ରହିଛି ସେଥିରେ ଦକ୍ଷତା ବିକାଶ କରିବାକୁ ପରାମର୍ଶ ଦେଇଥିଲେ ! ଶେଷରେ ଦକ୍ଷତା ବିକାଶ ଅଧିକାରୀ ଶୁଭମ ମହାପାତ୍ର ଧନ୍ୟବାଦ୍ ଦେଇଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0