ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ୨୦୨୪ ପାଳିତ ଶ୍ରୀ ଅନ୍ନ ଅଭିଯାନରେ ଖାଦ୍ୟମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ

Nov 13, 2024 - 15:36
 0  14
ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ୨୦୨୪ ପାଳିତ  ଶ୍ରୀ ଅନ୍ନ ଅଭିଯାନରେ ଖାଦ୍ୟମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ

ବାରିପଦା:: ୧୦. ୧୧. ୨୦୨୪// ଓଡିଶା ସରକାର ନଭେମ୍ବର ୧୦ ତାରିଖ କୁ ମାଣ୍ଡିଆ ଦିବସ ରୁପେ ଘୋଷଣା କରିଅଛନ୍ତି | ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମିଲେଟ ବର୍ଷ ଏବଂ ମାଣ୍ଡିଆ ଦିବସ ୨୦୨୪ ପାଳନ କରାଯାଇଅଛି। ଏଥି ସହିତ ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନରେ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଖାଦ୍ୟମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ ଖାଦ୍ୟ ମେଳାର ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ, ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଭାରତୀ ହାଁସଦା ଯୋଗାଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ଆମ ରାଜ୍ୟ ଓ ଦେଶ ଏକ କୃଷି ପ୍ରଧାନ ଦେଶ। ମାଣ୍ଡିଆ ଏକ ଏଭଳି ଖାଦ୍ୟ ଏହା ଶରୀରକୁ ପୋଷଣ ଯୋଗାଇବା ସହିତ ରୋଗପ୍ରତୋରୋଧକ ଶକ୍ତି ବଢାଇ ଥାଏ। ଆଗରୁ ଆମେ ମାଣ୍ଡିଆ ଯାଉ ଓ ପିଠା ଖାଉଥିଲୁ। ବର୍ତ୍ତମାନ ମଣ୍ଡିଆର ଲୋକପ୍ରିୟତା ବଢିବା ସହିତ ମିଶନ ଶକ୍ତି ମା' ମାନଙ୍କ ଦ୍ଵାରା ମାଣ୍ଡିଆ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି। ମାଣ୍ଡିଆ ଶରୀରକୁ ସୁସ୍ଥ ରଖେ ପିଲାମାନେ ଫାଷ୍ଟ ଫୁଡ୍ ଛାଡ଼ି ମାଣ୍ଡିଆ ଜାତ ଖାଦ୍ୟ ଖାଇବାକୁ ସେ ପରାମର୍ଶ ଦେଇଥିଲେ। ସୂଚନା ଥାଉକି, ଏହି ଯୋଜନା ଆନୁକୁଲ୍ୟରେ କ୍ଷେତ୍ର ପ୍ରଦର୍ଶନୀ ଅନ୍ତର୍ଗତ ମିଲେଟ୍ ଚାଷୀଙ୍କୁ ହେକ୍ଟର କୁ ପ୍ରଥମ ବର୍ଷରେ ୧୦,୦୦୦ ଟଙ୍କା, ଦ୍ଵିତୀୟ ବର୍ଷରେ ୭,୫୦୦ ଟଙ୍କା, ତୃତୀୟ ବର୍ଷରେ ୫,୦୦୦ ଟଙ୍କା ଏବଂ ଚତୁର୍ଥ ଓ ପଞ୍ଚମ ବର୍ଷରେ ୨,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ଏହି ଯୋଜନାରେ ଫସଲ ବିବିଧିକରଣ, ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଓ ଥ୍ରେସର ଚୋପଛଡ଼ା ଯନ୍ତ୍ର, କଷ୍ଟମ ହାଇୟାରିଂ ସେଣ୍ଟର୍ , ଗୋଷ୍ଠୀ ପରିଚାଳିତ ବିହନ କେନ୍ଦ୍ର, ଜୈବ ସାମଗ୍ରୀ ପ୍ରସ୍ତୁତି ଏବଂ ମିଲେଟର ବିପଣନ ପାଇଁ M-PAS ପଦ୍ଧତି ଏବଂ ରପ୍ତାନି ଇତ୍ୟାଦି ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଶ୍ଵ ସ୍ତରରେ ପୁଷ୍ଟି ଶସ୍ୟ ଓ ଶ୍ରୀ ଅନ୍ନର ପୁନରୁଦ୍ଧାର କରାଯାଇ ଏହାକୁ ପ୍ରତ୍ୟେକ ଖାଦ୍ୟ ଥାଳିରେ ସାମିଲ କରିବା ଦ୍ୱାରା ଏହାର ପୃଷ୍ଟି ପୋଷକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ଶ୍ରୀ ଅନ୍ନ ଓ ଖାଦ୍ୟ ମେଳା ଆୟୋଜିତ ହେଉଅଛି। ଏହା ବିଭିନ୍ନ ଅଂଶୀଦାରଙ୍କ ଅନୁଭୂତ ମୂଳକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ସଫଳ ରୂପାୟନ ନିମନ୍ତେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ସହଯୋଗ କାମନା କରାଯାଉଛି। ପ୍ରାରମ୍ଭରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ବେହୁରା ମାଣ୍ଡିଆ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରେ ମାଣ୍ଡିଆ ଚାଷକୁ ବ୍ୟାପକ କରାଇ ଶସ୍ୟ ଉତ୍ପାଦନ କରାଇ ପାରିଥିବା ୧୪ ଜଣ ଚାଷୀ ଓ SHG ମହିଳା ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ରୋଷେଇ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଅତିଥି ମାନେ ମିଲେଟ ଚାଷ କିପରି ଭାବରେ ଜିଲ୍ଲାରେ ଅଧିକ ଲୋକ ଅଧିକ ଜାଗାରେ ଚାଷ କରିବେ ଏବଂ ସମସ୍ତଙ୍କ ଖାଦ୍ୟ ଥାଳିରେ ପହଞ୍ଚିବ ତା ଉପରେ ଆଲୋକପାତ କରିଥିଲେ l ମୟୂରଭଞ୍ଜ ଜିଲ୍ଲାର ମାଣ୍ଡିଆ ଚାଷୀ ମାନେ ରାଜ୍ୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଗ୍ରଣୀ ଚାଷୀ ହିସାବରେ ବିଭିନ୍ନ ମଞ୍ଚରେ ପୁରସ୍କୃତ ହେଉଛନ୍ତି l ଚାଷୀ ମାନଙ୍କ ପାଖରେ ପଡିଆ ପଡିଥିବା ଉଚ୍ଚ ଜମିରେ ମିଲେଟ ଚାଷ କରିବା ପାଇଁ  ଅତିଥି ମାନେ ପରାମର୍ଶ ଦେଇଥିଲେ l ଦିବସ ପାଳନ ଉପଲକ୍ଷେ, ମାଣ୍ଡିଆରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଓ ଶ୍ରୀ ଅନ୍ନ ଶସ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ପରେ ଅତିଥିମାନେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳା ଓ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ଉପ ନିର୍ଦ୍ଦେଶିକା ସୁଶ୍ରୀ ମଧୁସ୍ମିତା ଜେନା ସଭା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ସହକାରୀ କୃଷି ଅଧିକାରୀ ତଥାପି ସଂଯୋଜକ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ପରିଚାଳନାରେ ସହାୟତା କରିଥିଲେ। ଶେଷରେ ମିଲେଟ ଉପରେ ପର୍ଯ୍ୟବେସିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ବିଭିନ୍ନ ବ୍ଲକରୁ ଆସିଥିବା ମିଶନ ଶକ୍ତି ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀ, ମିଲେଟ ଚାଷୀ, ଗଣମାଧ୍ୟମ ପ୍ରତିନିଧି, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ