।। ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ.ସି.ସି ର ତାଲିମ କାର୍ଯକ୍ରମ ଅନୁଷ୍ଠିତ ।।
ନୂଆପଡା : ତା୧୬.୧୨.୨୦୨୩ ରିଖ ଶନିବାର ଦିନ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ନୂଆପଡ଼ା ବ୍ଲକ ଠାରେ ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ.ସି.ସି ର ସଦସ୍ୟ ମାନଙ୍କର ତାଲିମ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଏହି ତାଲିମ କାର୍ଯକ୍ରମ ରେ ଭୀମସେନ ଶବର ଅତିରିକ୍ତ ଜିଲ୍ଲାପାଳ, ନୂଆପଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ମନକୁମାରି ଲମ୍ବୋ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତାଲିମ କୁ ପରିଚାଳନା କରିଥିଲେ l ଡ.ଫଣିନ୍ଦମ୍ ସିଂହଦେଓ ଶିଶୁ କଲ୍ୟାଣ ସମିତି ମୁଖ୍ୟ ନୂଆପଡ଼ା ଅବଂ ଆଇନଜୀବୀ ଶ୍ରୀଯୁକ୍ତ କୁମୁଦ ହୋତା କର୍ମକ୍ଷେତ୍ରରେ ମହିଳା ମାନେ ସମ୍ମୁଖୀନ ହେଉଥିବା ଯୌନ ଉତ୍ପୀଡନ ବା ସମସ୍ୟା, ଆଇନରେ ଥିବା ବିଧିବଦ୍ଧ ବ୍ୟବସ୍ଥା ଏବଂ ଏହାର ନିରାକରଣ ଉପରେ ତାଲିମ ଦେଇଥିଲେ l ଜିଲ୍ଲାର ବିଭିନ୍ନ ବିଭାଗର କର୍ମକର୍ତ୍ତା, ସମସ୍ତ ସି.ଡି.ପି.ଓ, ସାମାଜିକ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତାଲିମ୍ ନେଇଥିଲେ l ରଞ୍ଜନ କୁମାର ସାହୁ ଜିଲ୍ଲା ସଂଯୋଜକ କାର୍ଯକ୍ରମ ପରିଚାଳନା କରିଥିଲେ ଓ ମୀନା ଅଗ୍ରୱାଲ ସି. ଡି ପି.ଓ, ଖରିଆର ଧନ୍ୟବାଦ ଦେଇଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0