ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କୋମନା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

Mar 23, 2025 - 20:10
 0  17
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କୋମନା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

ନୂଆପଡ଼ା : ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ରେ କୋମନା ବ୍ଲକ ର ଭୋଜପୁରଘାଟି ପ୍ରାଥମିକ ବିଦ୍ୟାଳୟ,କୁଷଦହନା ପ୍ରାଥମିକ ବିଦ୍ୟାଳୟ, ବେଲରଦନl ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଆଲଲଟି ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଚାଲିଥିବା କାର୍ଯ୍ୟକ୍ରମରେ ରେ ଯୋଗଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଋତୁକାଳୀନ ଆବାସିକ କେନ୍ଦ୍ର ପରିଦର୍ଶନ କରିଥିଲେ। NEP -2020 ଦ୍ଵାରା ପ୍ରଥମ କରି ଆରମ୍ଭ ହୋଇଥିବା ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ପାଇଁ କୋମନା ବ୍ଲକ ର ଅଭିଭାବକ ମାନଙ୍କୁ ନିମନ୍ତ୍ରଣ ପ୍ରଦାନ କରିବାର କାର୍ଯ୍ୟକ୍ରମକୁ ଭୋଜପୁରଘାଟି ପ୍ରlଥମିକ ବିଦ୍ୟାଳୟରୁ ଶୁଭାରମ୍ଭ କରିବା ସହିତ ବେଲରଦନା, ସିଆଲଲଟି ଗ୍ରାମରେ ବୁଲି ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ। DEO ଙ୍କ ସହିତ କୋମନା ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବଲମତ ମାଝୀ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସୁବଳ ଶ୍ୟାମ ପଣ୍ଡା,ପ୍ରଧାନ ଶିକ୍ଷକ ଶ୍ରୀ ଶଙ୍କର ମାଝୀ,କନିଷ୍ଠ କିରାଣି ଶ୍ରୀ ନରେନ୍ଦ୍ର ମେହେର ଓ ଚନ୍ଦନ କାଣ୍ଡ ଏବଂ ଶିଆଳଲଟି CRCC ଶ୍ରୀ ହିମଞ୍ଚଲ ପ୍ରଧାନ ମଧ୍ୟ NILP o ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ