ଜିଲ୍ଲା ଯୁବ ଲେଖକ ସମ୍ମିଳନୀ ରେ ବାଜି ମାରିନେଲେ ଛାତ୍ରୀ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୧.୦୪.୨୦୨୫ ରିଖ: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗ ରେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ର ଦଶଟି କଲେଜର ଛାତ୍ର ଛାତ୍ରୀ ମାନେ ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜର ଗଳ୍ପ,ପ୍ରବନ୍ଧ ଓ କବିତା ରଚନା ଓ ଉପସ୍ଥାପନ କରିଥିଲେ ! କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ଅତିଥି ମାନେ ଉତ୍ସାହିତ କରିଥିଲେ ! ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଙ୍କ ତତ୍ତ୍ୱାବଧାନରେ ଓ ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟ ଅଶୋକ ପଟ୍ଟନାୟକ ଓ ବୁଲୁ ହୋତାଙ୍କ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ! ସମ୍ମାନନୀୟ ଅତିଥି ଭାବେ ନବରଙ୍ଗପୁର କଲେଜ ଅଧ୍ୟକ୍ଷ ଏନ୍. ଗୋବିନ୍ଦା ଯୋଗ ଦେଇଥିଲେ ! ବିଚାରକ ଭାବେ ଅଧ୍ୟାପକ ଦିଲ୍ଲୀପ ହୋତା ,ଘାସିରାମ ବେହେରା,ମାନସୀ ମହାପାତ୍ର, ନିର୍ମଳା ହିକ୍କା ,ହରିଶ ଚନ୍ଦ୍ର ଶବର, ପ୍ରିୟବ୍ରତ ସାହୁ ଙ୍କ ସହ ଅଶୋକ ପଟ୍ଟନାୟକ,ଦେବାଶିଷ ପଟ୍ଟନାୟକ,ଦୁର୍ଗା ପ୍ରସାଦ ପାଢ଼ୀ ଯୋଗ ଦେଇଥିଲେ ଥିଲେ ! କବିତା ବିଭାଗରେ ପ୍ରଥମ -ଅର୍ଚ୍ଚିତା ତ୍ରିପାଠୀ ( ନବରଙ୍ଗପୁର କଲେଜ ), ଦ୍ଵିତୀୟ - ଭି.ଅନିତା ଆଚାରୀ ( ବିଦ୍ୟାର୍ଥୀ କଲେଜ ), ତୃତୀୟ - ପ୍ରିୟଙ୍କା ନାୟକ ( ନବରଙ୍ଗପୁର କଲେଜ ) ସହ ସ୍ୱତନ୍ତ୍ର ପୁରସ୍କାର - ସଦା ଭତରା ( ମଡେଲ ଡିଗ୍ରୀ କଲେଜ ), ପ୍ରବନ୍ଧ ବିଭାଗରେ ପ୍ରଥମ - କାର୍ତ୍ତିକ ଗଣ୍ଡ ( ନବରଙ୍ଗପୁର କଲେଜ ), ଦ୍ଵିତୀୟ - ପି.ଭାର ଦେବୀ ( ବିଦ୍ୟାର୍ଥୀ କଲେଜ ), ତୃତୀୟ - ଜ୍ୟୋତିର୍ମୟ ମାର୍ଥା ( ସ୍ମାର୍ଟ ଗୁରୁକୁଳ ) ଏବଂ ଗଳ୍ପ ବିଭାଗରେ ପ୍ରଥମ - ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା ( ନବରଙ୍ଗପୁର କଲେଜ ), ଦ୍ଵିତୀୟ - ପ୍ରିୟଦର୍ଶିନୀ ମିଶ୍ର ( ବିଦ୍ୟାର୍ଥୀ କଲେଜ ), ତୃତୀୟ - ସ୍ମୃତି ଆକାଂକ୍ଷା ନାୟକ ( ସ୍ମାର୍ଟ ଗୁରୁକୁଳ ) ପୁରସ୍କୃତ ହୋଇଥିଲେ ! ଆକାଶବାଣୀ କଣ୍ଠଶିଳ୍ପୀ କସ୍ତୁରୀ ରଥ, ସୁରେଶ ମିଶ୍ର, ଆନନ୍ଦ ଦାଶ ଓଡ଼ିଆ ଓ ଦେଶିଆ ସଂଗୀତ ପରିବେଷଣ କରି ପ୍ରତିଯୋଗୀଙ୍କ ମନ ମୋହିଥିଲେ ! ରାମ ପ୍ରସାଦ ପାତ୍ର ଓ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଙ୍କ ସହ ଅନ୍ୟ ଅଧ୍ୟାପକମାନେ ସହଯୋଗ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






