ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ କର୍କଟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

Feb 4, 2025 - 19:37
 0  15
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ବିଶ୍ୱ କର୍କଟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆପଡାଠାରେ ବିଶ୍ୱ କର୍କଟ ଦିବସ ଉପଲକ୍ଷେ କର୍କଟ ରୋଗର ସଚେତନତା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା l ସର୍ବପ୍ରଥମେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗୁରୁ ପ୍ରସାଦ ଜେନା ବିଭିନ୍ନ ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ l ଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ଏକତା ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ, ଷ୍ଟେଟ ବ୍ୟାଙ୍କ ଛକ, ଶିଶୁ ପ୍ରମୋଦ ଉଦ୍ୟାନ ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପହଞ୍ଚିଥିଲା l ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ସଚେତନତାମୂଳକ ସଭାକାର୍ଯ୍ୟ, ଭାରପ୍ରାପ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗୁରୁ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା ସଭାରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲ୍ଲୀପ କୁମାର ଦୁବେ, ଜିଲ୍ଲା ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଜଗତବନ୍ଧୁ ମହାପାତ୍ର, ପରିସଂଖ୍ୟନ ନିରୀକ୍ଷକ ମୀନକେତନ ମାଝୀ, ଅଣ ସଂକ୍ରlମକ ରୋଗ ପରିଚାଳକ ଶରତ ନାୟକ, ଅଣ ସଂକ୍ରାମକ ରୋଗ ସହାୟକ ଶରତ ବେଜୋ ଏବଂ ସୁଶିଲା ଦେବୀ ନର୍ସିଂ କଲେଜ, ଗୋପୀନାଥ ନର୍ସିଂ କଲେଜ ଓ ଜଗନ୍ନାଥ ନର୍ସିଂ କଲେଜର ଶିକ୍ଷକବୃନ୍ଦ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ l ଏହି ସଚେତନତା କାର୍ଯ୍ୟକ୍ରମରେ କର୍କଟ ରୋଗର କାରଣ, ନିରାକରଣ, ସଚେତନତା, ଶ୍ରୀଘ୍ର ଚିହ୍ନଟିକରଣ ଓ ଚିକିତ୍ସା ଆଦି ବିଷୟ ଉପରେ ଆଲୋକପାତ କରାଯାଇଥିଲା l କର୍କଟ ରୋଗ ଉପରେ ସଚେତନତା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜନ କରାଯାଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ କର୍କଟ ରୋଗ ବିଷୟରେ ସଚେତନତା ପାଇଁ ଗୋଟିଏ ପୋଷ୍ଟରର ପ୍ରଦର୍ଶନ ମଧ୍ୟ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ