ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ବିଶ୍ଵ ଏଡ଼ସ ଦିବସ ଅନୁଷ୍ଠିତ
ନୂଆପଡା,ତା : -୧/୧୨/୨୦୨୪ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ବିଶ୍ଵ ଏଡ଼ସ ଦିବସ -୨୦୨୪ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଦିବସ ଉପଲକ୍ଷେ ପ୍ରଥମେ ଶ୍ରୀଯୁକ୍ତ ଶବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସବୁଜ ପତାକା ଦେଖାଇ ବିଭିନ୍ନ ନର୍ସିଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ନେସନାଲ ହାଇ ସ୍କୁଲ ର ଛାତ୍ର ଛାତ୍ରୀ ଏଵଂ ଆଶାକର୍ମୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ lଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ବିଭିନ୍ନ ଏଡ଼ସ ସଚେତନତା ସ୍ଲୋଗାନ ସହିତ ଏକତା ଛକ, ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତାଲିମ କେନ୍ଦ୍ରଠାରେ ପହଞ୍ଚିଥିଲା lଏଠାରେ ଅନୁଷ୍ଠିତ ସଭାରେ ଏଡି ପି ଏଚ ଓ -କେ ସି ପଟେଲ୍, ଡିପି ଏମ୍ ଓ -ଦିଲ୍ଲୀପ ଦୁବେ, ଜିଲ୍ଲା ମିଶନ ଶକ୍ତି ଅଧିକାରୀ- ସୁନିଲ କୁମାର ମଲ୍ଲିକ, ନେସନାଲ ହାଇ ସ୍କୁଲ ଶିକ୍ଷକ -ସୁକାନ୍ତ ଶତପଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଆଜିର ଦିବସ ରେ ଆମେ ସମସ୍ତେ ଏଡ଼ସ ରୋଗ ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇବା ସହିତ ଜନସଚେତନା ସୃଷ୍ଟି କରିବା ଉପରେ ଅତିଥି ମାନେ ଗୁରୁତ୍ୱା ରୋପ କରିଥିଲେ lଆରୋଗ୍ୟ ଅପେକ୍ଷା ପ୍ରତିରୋଧ ଭଲ ବୋଲି ଅତିରିକ୍ତ ଜିଲ୍ଲାପାଳ ମନ୍ତବ୍ୟ ରଖିଥିଲେ lଏହି ସଭାରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ କର୍ମଚାରୀବୃନ୍ଦ, ନସିଂ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଆଶାକର୍ମୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0