ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଭଜନ ସମାରୋହ ଓ ନରନାରାୟଣ ସେବା, ଅନ୍ନପ୍ରସାଦ ବଣ୍ଟନ

Aug 29, 2025 - 21:58
 0  29
ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଭଜନ ସମାରୋହ ଓ ନରନାରାୟଣ ସେବା, ଅନ୍ନପ୍ରସାଦ ବଣ୍ଟନ

ମାଲକାନଗିରି :୨୯/୨୫ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା କାର୍ଯ୍ୟାଳୟରେ ଧୁମଧାମରେ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ସଂଘ କାର୍ଯ୍ୟାଳୟ ଠାରେ ଭଜନ ସମାରୋହ, ନର ନାରାୟଣ ସେବା ଓ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଜୟ ଵଜରଙ୍ଗ ବାଲି ସଂସ୍କୃତିକ କଳା ପରିଷଦ ର ସଭାପତି ପ୍ରଫୁଲ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ବରିଷ୍ଟ କଳାକାର ମାନେ ଭଜନ ଓ ଜଣାଣ ପରିବେଶଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ୟାମସୁନ୍ଦର ନାୟକ ଉଦଘୋଷ କ ଭାବେ ମଞ୍ଚ ପରିଚାଳନା କରିଥିଲେ। ଲଗାତର ଭାବେ ୫ ବର୍ଷ ଧରି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏହି ପୂଜା ପାଳନ ହୋଇ ଆସୁଛି, ଚଳିତ ବର୍ଷ ଆଡ଼ମ୍ବର ସହ ପୂଜା ଓ ଭଜନ ସମାରୋହ ହୋଇଛି, ସଙ୍ଘ ସଭାପତି ଅଶୋକ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ବିଭିନ୍ନ ବ୍ଲକରୁ ବହୁ ସଦସ୍ୟ ମାନେ ଭଜନ ସମାରୋହ ରେ ଯୋଗ ଦେଇଥିଲେ। ସଙ୍ଘ ସମ୍ପାଦକ ଶ୍ରୀନିବାସ ପାତ୍ର, ଯୁଗ୍ମ ସମ୍ପାଦକ ଶିବଦତ୍ତ ସାହୁ, ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାଶ , ରାହୁଲ ଗଲୋରୀ, ପ୍ରଦୀପ ମହାରଣା, ଚନ୍ଦ୍ରକାନ୍ତ ପଣ୍ଡା, ରାଜେଶ ବେପାରୀ, ସୁଧାଂଶୁ ଶେଖର ମହାନ୍ତି, ପଙ୍କଜ ଖରା, ବିଜନ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ଭାବେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ଜିଲା ପ୍ରତିନିଧି ନାକା ରବି କୁମାର ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ