ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬/୦୬/୨୦୨୫ ରିଖ: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସରସ୍ଵତୀ ଶିଶୁ ମନ୍ଦିର, ନୂଆଗଡ, ନବରଙ୍ଗପୁର ପ୍ରାଙ୍ଗଣରେ “International Day Against Drug Abuse and Illicit Trafficking” ଦିବସକୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶାଶ୍ଵତୀ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଶାଦ୍ରବ୍ୟ ସେବନ ଠାରୁ କିପରି ଦୂରେଇ ରହିବେ ସେ ବିଷୟରେ ଆଲୋକପାତ କରିଥିଲେ ! ମଲୟ ପ୍ରଭାଳିନୀ ସାହୁ,ଔଷଧ ନିରିକ୍ଷକ,ନବରଙ୍ଗପୁର ଛାତ୍ରଛାତ୍ରୀ ମାନଙ୍କୁ ନିଶାଦ୍ରବ୍ୟ ବିଷୟରେ ଥିବା ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ ! ଅନ୍ୟାନ୍ୟ ଅତିଥି ରୂପେ ପ୍ରଶନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଏଲ.ଏ.ଡ଼ିସି.ଏସ., ନବରଙ୍ଗପୁର, ରାଖୀ ଜୈନ, ସହାୟକ ସଚିବ, ଏଲ.ଏ.ଡ଼ିସି.ଏସ., ନବରଙ୍ଗପୁର ଓ ପ୍ରଭଞ୍ଜନ ତ୍ରିପାଠୀ, ଶିକ୍ଷକ ଯୋଗ ଦେଇଥିଲେ ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






