।। ଜିଲା ଚାମ୍ପିଆନ ବରୀ ବାଳିକା ଫୁଟବଲ ଦଳକୁ ସ୍ବାଗତ ।।

Sep 16, 2024 - 14:34
 0  140
।। ଜିଲା ଚାମ୍ପିଆନ ବରୀ ବାଳିକା ଫୁଟବଲ ଦଳକୁ ସ୍ବାଗତ ।।

ବରୀ ବ୍ଲକ ବିଦ୍ୟାଳୟ ସ୍ତରୀୟ ବାଳିକା ଫୁଟବଲ ଦଳ (୧୭ ବର୍ଷରୁ କମ୍) ଜିଲାରେ ଚାମ୍ପିଆନ ହୋଇଛି। ବିଦ୍ୟାଳୟ ସ୍ତରୀୟ ଫାଇନାଲ ମ୍ୟାଚ୍ ଚଳିତ ମାସ ୧୪ ତାରିଖରେ ବୁଦ୍ଧରାଜ ବିଦ୍ୟାପୀଠ, ଦାନଗଦି ଠାରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ବରୀ ଓ ଦାନଗଦି ବ୍ଲକ ମଧ୍ୟରେ ଖେଳା ଯାଇଥିଲା । ବରୀ ଦଳ ୨-୧ ପେନାଲଟି ସୁଟ୍ ମାଧ୍ଯମରେ ବିଜୟୀ ଲାଭ କରି ଜିଲା ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଏହା ହେଲା ପରେ ରେ ବରୀ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି । ରାଜନେତା ଠାରୁ ଆରମ୍ଭ କରି ବୁଦ୍ଧିଜିବୀ, କ୍ରୀଡାପ୍ରେମୀ ସମସ୍ତେ ଏହି ବାଳିକା ଦଳକୁ ସ୍ବାଗତ କରିଛନ୍ତି। ନିକଟରେ ଗମୁ ଉଚ୍ଚ ବିଦ୍ୟାଳୟରେ ହେଉଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଚମ୍ପିଆନ ଦଳର ସମସ୍ତ ଖେଳାଳି ମାନଙ୍କ ସହିତ ପ୍ରଶିକ୍ଷକ ତାଜ୍ ଉଦ୍ଦିନ ଖାନ୍‌ଙ୍କୁ ସ୍ବାଗତ ସମ୍ବଦ୍ଧନା କରାଯାଇଛି। ଅଜାଣ ଉଚ୍ଚ ବିଦ୍ୟାଳୟର ଶ୍ରୀୟା ଘଡେଇ, ଦିବ୍ୟାଜ୍ୟୋତି ଘଡେଇ, ରୋଜାଲିନ ସାହୁ, ଲକି ଦାସ, ଅର୍ଜନା ଯେନା, କାଜଲ ଶାନ୍ତି, ସୋମ୍ୟା ସାହୁ, ରାଉତସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାୟଲ ମଲିକ, ଅଲିଆବାଦ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ସେଠୀ, ପାୟଲ ଦାସ, ବନୀତା ଶାନ୍ତି, ରତ୍ନଗିରି ଉଚ୍ଚ ବିଦ୍ୟାଳୟର ଅଞ୍ଜଳୀ ଜେନା, ସୁପ୍ରଭା ମଲିକ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରର ସୁଶ୍ରୀ ସଂଗିତା ଘଡେଇ ପ୍ରମୁଖ ବରୀ ବରୀ ବ୍ଲକ ବାଳିକା ଫୁଟବଳ ଟିମ୍‌ର ସଦ ସଦସ୍ୟ ଭାବେ ଏହି ମ୍ୟାଚ୍ ଖେଳିଥିଲେ। ଗମୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ ପ ଚନ୍ଦ୍ର ପରିଡ଼ା - ପ୍ରାକ୍ତନ ପ୍ରଧାନଶିକ୍ଷକ ହେମନ୍ତ ଦମନ୍ତ କୁମାର ମହାପାତ୍ର, ଶିକ୍ଷ ଶିକ୍ଷକ ନେତା ନିର୍ମଳ କୁମାର ଜେନା, ପ୍ରଧାନଶିକ୍ଷକ ରବୀନ୍ଦ୍ର ପତି ଓ ପାବକ ମହାପ ହାପାତ୍ର କ୍ରୀଡା ଶିକ୍ଷକ ସଂଘର ସମ୍ପାଦକ କ ଅକ୍ଷଯ ମଲିକ, ପୁରାତନ ଛାତ୍ର ସଂସଦର ସଭାପତି ସାମ୍ବାଦିକ ପ୍ରତାକ କୁମା ଦାସ, ଶିକ୍ଷକ ସତ୍ୟ ରଞ୍ଜନ ମହାନ୍ତି କୁମାର ଚନ୍ଦ୍ର ଶୁକ୍ଳ, ଶିକ୍ଷୟିତ୍ରୀ ଶ୍ରୀ ଶ୍ରଦ୍ଧାଞ୍ଜଳ ବିଶ୍ଵାଳ, ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଏହି ଦଳକୁ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରିଥିଲେ।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ