।। ଜାତୀୟ ରାଜପଥରେ ପୁଣି ଅଘଟଣ, ସରକାରୀ ବସ ଓ ସ୍କୋର୍ପିଓ ମୁହାଁମୁହିଁ ଧକ୍କା ।।

Jan 16, 2024 - 12:02
 0  23
।। ଜାତୀୟ ରାଜପଥରେ ପୁଣି ଅଘଟଣ, ସରକାରୀ ବସ ଓ ସ୍କୋର୍ପିଓ ମୁହାଁମୁହିଁ ଧକ୍କା ।।

ନୂଆପଡା ଜିଲ୍ଲା କୋମନା ଥାନା ତରବୋଡ଼ ସ୍ଥିତ ସମ୍ଭବ ପାଖ ଜାତୀୟ ରାଜପଥ୩୫୩ ରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି | ସରକାରୀ ବସ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଛି, ସ୍କର୍ପିଓ ରେ ଥ‌ିବା ତିନିବନ କର୍ମଚାରୀ ସହ ୬ ଗୁରୁତର ହୋଇଥିବା ବେଳେ ସେପଟେ ବସରେ ଥିବା ଜଣେ ଯାତ୍ରୀ ମଧ୍ୟ ଆହତ ହୋଇ ନୂଆପଡା ମୁଖ୍ୟସିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତିନି ବନ କର୍ମଚାରୀ ଓ ଅନ୍ୟତିନିଜଣ ସହ ସ୍କର୍ପିଓ ଟି ନୂଆପଡାକୁ ଆସୁଥିଲା। ତେବେ ତରବୋଡ଼ ଓ ମାନିଗୁଡା ଛକ ମଝିରେ ଥ‌ିବା ସମ୍ଭବ ପାଖ ବୁଲାଣିରେ ସ୍କର୍ପିଓ ଗାଡିଟି ଏକ ଟ୍ରକକୁ ଓଭରଟେକ କରୁଥିବାବେଳେ ସାମ୍ନାରୁ ଆସୁଥିବା ବଲାଙ୍ଗୀର ଯିବାକୁ ଥ‌ିବା ସରକାରୀ ବସରେ ଧକ୍କା ହୋଇଥିଲା। ତଥା ପିସ୍କର୍ପିଓକୁ ବଞ୍ଚାଇବା ପାଇଁ ବସଡ୍ରାଇଭର ଚେଷ୍ଟା କରିଥିଲେ ମଧ୍ୟ ବସଟି ରାସ୍ତା ତଳକୁ ପଶି ଯାଇଥିଲା। ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି । ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସମସ୍ତେ ସୁସ୍ଥ ଥିବା ଡାକ୍ତର ରାହୁଲ ଘୋଷ ସୂଚନା ପ୍ରଦାନ କରିଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ