ଜାତୀୟ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା କୋଲକାତାର ନାଟକ "ମାୟା ମୃଦଙ୍ଗ"

Sep 10, 2025 - 15:59
 0  3
ଜାତୀୟ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା କୋଲକାତାର ନାଟକ "ମାୟା ମୃଦଙ୍ଗ"

ବାରିପଦା - ତା :- ୦୯/୦୯/୨୦୨୫ ରିଖ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଦମଦମ, କୋଲକାତାର ନାଟ୍ୟକେନ୍ଦ୍ର ପ୍ରସ୍ତୁତ ନାଟକ "ମାୟା ମୃଦଙ୍ଗ" ମଞ୍ଚସ୍ଥ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ଦୀନକୃଷ୍ଣ, ଏବଂ ସମ୍ମାନିତ ଅତିଥି ଭାବେ ବାରିପଦା ଡି ଏଫ ଓ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଆଇନଜୀବୀ ସୁଜାତା ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଭିନେତା, ନିର୍ଦ୍ଦେଶକ ତଥା ଆୟୋଜନ କମିଟିର ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଶ୍ରୀ ସୁଦେସ୍ନା ବିଶୋଇ ଓ ମାଷ୍ଟର ଶ୍ରେୟାଂଶୁ ବେହେରା କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ I ପ୍ରେକ୍ଷାଳୟ ପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିତିରେ ଜଣେ ଦୁସ୍ଥ ମଞ୍ଚ କଳାକାରର ଜୀବନ ସଂଗ୍ରାମ ଉପରେ ପର୍ଯ୍ୟବେଷିତ ନାଟକ ଦର୍ଶକଙ୍କ ମନ ମୋହିନେଇଥିଲା I ସାୟେଦ ମୁସ୍ତାଫା ସିରାଜଙ୍କ ବେଙ୍ଗଲୀ ଲୋକକଳା ଦ୍ୱାରା ଅନୁପ୍ରାଣିତ ତଥା ରାକେଶ ଘୋଷଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ରଞ୍ଜନ ବୋଷ, ଶ୍ୟାମାଶିଷ ପାହାଡି, କ୍ରିଷ୍ଣା ଦେ, କିଷାନୁ ଚକ୍ରବର୍ତ୍ତୀ, ସମ୍ପଦ ଦେବବ୍ରତ, ପୌଲାମୀ, ନମିତା, ମୌମିତା, ମାନସ, ସନ୍ଦୀପ, ଅପୂର୍ବା, ସଞ୍ଜୟ ଅଭିନୟ କରିଥିବା ବେଳେ ସଂଗୀତରେ ଅଭିଜିତ ଆଚାର୍ଯ୍ୟ ଓ ଶ୍ରୀଜିତ ମଣ୍ଡଳ, ଆଲୋକରେ ଅରୁଣ କାଲସା, ରୂପସଜ୍ଜା ରେ ନନ୍ଦିତା ବୋଷ ଓ ଶେଖ ଇବ୍ରାହିମ, ପୋଷାକରେ ରଞ୍ଜନ ବୋଷ ଓ ମଞ୍ଚସଜ୍ଜାରେ ନୀଲ କୌଶିକ ସହଯୋଗ କରିଥିଲେ I ଆସନ୍ତା କାଲି ସନ୍ଧ୍ୟାରେ ରଙ୍ଗମଞ୍ଚ, ରାଉରକେଲା ପ୍ରସ୍ତୁତ "ଜୀବନ ଯେମିତି" ଏବଂ ପଲ୍ଲଭୀ, କରଞ୍ଜିଆ ପ୍ରସ୍ତୁତ "ସେମାନେ ଆମ ପ୍ରତିନିଧି" ଦୁଇଟି ନାଟକ ପରିବେଷିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ