।। ଜହ୍ନେଇପଶି ଜଙ୍ଗଲରେ ଚାଲିଛି ବ୍ୟାପକ ଗଛ କଟା ।।

Jun 8, 2024 - 16:05
 0  34
।। ଜହ୍ନେଇପଶି ଜଙ୍ଗଲରେ ଚାଲିଛି ବ୍ୟାପକ ଗଛ କଟା ।।

ପାଟଣା ଅଞ୍ଚଳ ହେବ ମରୁଭୂମି। କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପାଟଣା ରେଞ୍ଜର ଜହ୍ନେଇପଶି ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଛ କଟା ହୋଇ ବାହାରକୁ ଚାଲାଣ ହେଉଥିବା ଦେଖା ଯାଇଛି। ଜଙ୍ଗଲରୁ ଗଛ ସବୁ କାଟି ଜମା କରା ଯାଇଛି। ଟ୍ରକ୍ ମାଧ୍ୟମରେ ଲୋଡ଼ ହୋଇ ବାହାରକୁ ଯାଉଛି। କାହିଁକି କିଏ ଅନୁମତି ଦେଲା ଏତେ ଗଛ କାଟିବାକୁ କେହି ଉତ୍ତର ଦେଇ ପାରୁ ନାହାଁନ୍ତି। କେହି ଜଣେ କହିଲା କେନ୍ଦୁଝର ବନଖଣ୍ଡ ଅଧିକାରୀ କୁଆଡେ ଏହି ଗଛ କଟା ଲାଗି ଅନୁମତି ଦେଇଛନ୍ତି। ତେବେ ଏହାର ରହସ୍ୟ ଜଣା ପଡ଼ି ନାହିଁ। ପାଟଣା ଅଞ୍ଚଳରେ ଏବେ ଜଳକଷ୍ଟ ପଡ଼ିଛି ଭୂତଳ ଜଳ ତଳକୁ ଖସି ଗଲାଣି ଏହି ସମୟରେ ଗଛ କାଟିବା ଆଗାମୀ ଭବିଷ୍ୟତରେ ପାଣି ମିଳିବ କି ନାହିଁ ପ୍ରଶ୍ନକୁ ସନ୍ଦେହରେ ପକେଇଛି। ଜଳ ସଂରକ୍ଷଣ ତଥା ଗରମ ତାତିରୁ ରକ୍ଷା ଲାଗି ବୃକ୍ଷ ରୋପଣ ଏକମାତ୍ର ବାଟ ହୋଇ ଥିବା ବେଳେ ଏହି ଗଛ କଟା ବନ୍ଦ କରିବାକୁ ଲୋକେ ଦାବି କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ