।। ଜଙ୍ଗଲ ବିଭାଗ ର ଚାରା ରୋପଣ ରେ ମହା ଦୁର୍ନିତି ,ମଜୁରିଆ ୧ ବର୍ଷ ହେଲା ମଜୁରୀ ପାଇ ନାହାଁନ୍ତି ଶ୍ରମିକ ।।

ଥୁଆମୂଲ ରାମପୁର ୫/୮ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ଦକ୍ଷିଣ ବନଖଣ୍ଡ ପକ୍ଷରୁ କର୍ଲାପାଟ ପଞ୍ଚାୟତ ର ସେମେଲପଦର୍ ଗାଆଁ ପାଖ ଜଙ୍ଗଲ ରେ ଗତବର୍ଷ ଜଙ୍ଗଲ ସୃଷ୍ଟି ନିମନ୍ତେ ଚାରା ରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏହା ପରିବେଶ ଓ ଜଙ୍ଗଲ ଧ୍ବଂସ ଯୋଗୁଁ ଜଳ ବାୟୁ ପରିବର୍ତ୍ତନ ହେବା ଦ୍ବାରା ସମ୍ପୂର୍ଣ୍ଣ ଜୀବ ଜଗତ ଉପରେ ସିଧା ସଳଖ ତାହାର କୁ ପ୍ରଭାବ ପଡ଼ୁଥିବା ଯୋଗୁଁ ଏହି କାର୍ଯ୍ୟକ୍ରମ । ଏହି ଚାରା ରୋପଣ କାର୍ଯ୍ୟକ୍ରମ ସେମେଲ୍ ପଦର ଗାଁ ରେ ଗତବର୍ଷ ତା ୫/୬/୨୩ ରିଖ ବନ ମହୋତ୍ସବ ଦିନ କଳାହାଣ୍ଡି South division ର ACF , ରେଞ୍ଜର , ଙ୍କ ତତ୍ୱା ବଧାନରେ ଓ ସଂପୃକ୍ତ ସ୍ଥାନୀୟ ଜଙ୍ଗଲ ବିଭାଗ, କର୍ମକର୍ତ୍ତା, AJAY ଷ୍ଟାପ , ଙ୍କ ଉପସ୍ଥିତି ରେ ସେମେଲପଦର୍ ସ୍କୁଲ ପାଖରେ ଗ୍ରାମବାସୀ , ସ୍କୁଲ ଛାତ୍ର ଛାତ୍ରୀ ସହ କର୍ଲାପାଟ ସରପଞ୍ଚ ଙ୍କ ସଭାପତିତ୍ବ ରେ ଜଙ୍ଗଲ ବିଭାଗ ର "CAMPA " scheme ଅନୁଯାୟୀ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଏହି ଗାଁ ପାଖରେ ଅଁଳା, ଜାମୁ, କାଜୁ, ପଣସ, ଆମ୍ବ, ତେନ୍ତୁଳି, କରଞ୍ଜ, ସିତାଫଳ, କୁସୁମ ଓ ଶିଶୁ ଗଛ ଚାରା ୨୨ହଜାର ୫୦୦ଟି ଉକ୍ତ ଗ୍ରାମର ମହିଳା, ପୁରୁଷ ମଜୁରିଆ ଙ୍କୁ ନେଇ ଚାରା ଲଗାଯାଇଛି । ଉକ୍ତ କାର୍ଯ୍ୟ ପାଇଁ ଏହି ଗାଁ ର କିଏ ୧ ମାସରୁ ଊର୍ଦ୍ଧ୍ବ ତ କିଏ ୨୦ରୁ ୨୫ଦିନ ହେବ ଉକ୍ତ ଗ୍ରାମର ଶ୍ରମିକ ମହିଳା ଓ ପୁରୁଷ କାମ ଦିନ ମଜୁରିଆ ହିସାବରେ କାମ କରିଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମଜୁରୀ ବାବଦକୁ ଟଂକା ପାଇ ପାରି ନାହାଁନ୍ତି ଏହା ଦୁଃଖ ଓ ପରି ତାପର ବିଷୟ । ଏହି ଗ୍ରାମ ଏକ ଅଣ ରାଜସ୍ବ ଗ୍ରାମ ହୋଇଥିବାରୁ ଗତ ବର୍ଷ ଜଙ୍ଗଲ ଅଧିକାର ଆଇନର ମୋ ଜଙ୍ଗଲ ଜମି ଯୋଜନା ଅନୁସାରେ ଉକ୍ତ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବା ପାଇଁ ସ୍ଥିରୀକୃତ ହେଇଥିଲା । ତେଣୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ ଗ୍ରାମର ପଟ୍ଟା କରାଇବା ପାଇଁ ଅସୁବିଧା ହେବ ବୋଲି ନୀରବ ରହିଥିଲେ । ତାହା ଆଜି ପର୍ଯ୍ୟନ୍ତ ଗ୍ରାମ ରାଜସ୍ବ ଗ୍ରାମର ମାନ୍ୟତା ପାଇ ପାରିନାହିଁ । ଜଙ୍ଗଲ ବିଭାଗ ପକ୍ଷରୁ କିଛି ଜଣାଶୁଣା ବ୍ୟକ୍ତି ଙ୍କୁ ହାତଗୁଞ୍ଜା ଦେଇ ଓ ମଜୁରିଆ ମାନଙ୍କୁ ମଧ୍ୟ ଯିଏ ସ୍ୱର ଉତ୍ତୋଳନ କରିଛି ତାକୁ କେତେ କେତେ ମଜୁରୀ ପେମେଣ୍ଟ କରିଛନ୍ତି । ବାକି ବହୁତ ମଜୁରିଆଙ୍କ କାହାର ୧୫ ଦିନର ୨୦ ଦିନର ମଜୁରୀ ବାବଦ ଟଙ୍କା ପାଇନାହାନ୍ତି । ମଜୁରୀ ପାଇବା ପାଇଁ ବାରମ୍ବାର ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ କାକୁତି ମିନତି ହୋଇ ମାଗିଲେ ଅଫିସ ରୁ ଟଙ୍କା ଆସିନାହିଁ ଟଙ୍କା ଆଣିଲେ ଦେବୁ ବୋଲି କହୁଛନ୍ତି କିନ୍ତୁ ଆଜକୁ ୧ ବର୍ଷ ହେଲା ମଜୁରୀ ଟଙ୍କା ଦେଉ ନାହାନ୍ତି ।ଜଙ୍ଗଲ ସୃଷ୍ଟି ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଚେଷ୍ଟା କରି ଚାଲିଛନ୍ତି କିନ୍ତୁ ଚାରା ରୋପଣ କଲାପରେ ଏହାର ଯତ୍ନ ଓ ସୁରକ୍ଷା ପ୍ରତି ଯତ୍ନ ନେଇ ନ ଥିବାରୁ ୫୦ ଭାଗ ଗଛ ନସ୍ତହୋଇଯାଉଛି । ଏହି ନିରୀହ ଆଦିବାସୀ ମଜୁରିଆଙ୍କ ସଠିକ୍ ମଜୁରୀ ର ପ୍ରାପ୍ୟ ଏକ ବର୍ଷ ହେଲା ପାଇ ପାରି ନାହାଁନ୍ତି ଆଉ କେତେ ଦିନ କି କେତେ ମାସ ଲାଗିବ ତାହା ବାକି ରହିଲା । ଯଦି ଏହି ପ୍ରାପ୍ୟ ଶୀଘ୍ର ନ ମିଳେ ତାହା ହେଲେ ସଂମ୍ପୃକ୍ତ ଗ୍ରାମର ର ସମସ୍ତ ମଜୁରିଆ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବା ସହ ଲେବର କେସ କରିବା ପାଇଁ ବାଧ୍ୟ ହେବେ ବୋଲି ସତର୍କ ଘଣ୍ଟି ଦେଇଛନ୍ତି ।
ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






